ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ପାସହାର ରେକର୍ଡ଼ ସୃଷ୍ଟି କରିଛି । ରେଗୁଲାର ପାସ ହାର ୯୮.୧୭ ପ୍ରତିଶତ ରହିଥିବା ବେଳେ ଏସ୍କ-ରେଗୁଲାର ୯୨ ପ୍ରତିଶତ ରହିଛି । ଚଳିତ ବର୍ଷ ୨୩୧ ଗୋଟି ହାଇସ୍କୁଲର ୧୨ ହଜାର ୫୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ଫିଲଅପ୍ କରିଥିଲେ। ସେମାନଙ୍କୁ ମଧ୍ୟରୁ ୧୨ ହଜାର ୩୪୯ ଜଣ ପାଶ୍ କରିଛନ୍ତି। ୧୮୭ ଜଣ ଫେଲ୍ ହୋଇଥିବା ବେଳେ ୪୩ ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଏ -୧ ଗ୍ରେଡ୍ରେ ୯୧ ଜଣ, ଏ-୨ରେ ୬୮୯ ଜଣ, ବି- ୧ରେ ୧୪୭୨, ବି-୨ରେ ୨୩୬୩, ସି ଗ୍ରେଡ୍ରେ ୩୦୫୭, ଡି – ଗ୍ରେଡ୍ରେ ୨୮୨୦, ଇ – ଗ୍ରେଡ୍ରେ ୧୮୫୭ ଜଣ ପାଶ୍ କରିଛନ୍ତି। ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ମଧ୍ୟ ଆଜି ଘୋଷଣା କରାଯାଇଛି। ନୟାଗଡ଼ ଜିଲ୍ଲାରେ ୯୨.୫୦ ପ୍ରତିଶତ ପାସ ହାର ଥିବା ଜଣାପଡ଼ିଛି।






