ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ରାଜ୍ୟରେ ୯୬.୪୦% ପାସ ହାର ହୋଇଥିବାବେଳେ ନୟାଗଡ଼ରେ ୯୬.୯୨ ପାସ ହାର ହୋଇଛି । ନୟାଗଡ଼ ଜିଲ୍ଲାର ମୋଟ ୨୩୧ ଗୋଟି ହାଇସ୍କୁଲରେ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୧୨୧୮୯ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିଲେ । ସେଥି ମଧ୍ୟରୁ ୧୬୦ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ଉପରେ ୧୧୮୧୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୩ ଜଣ ଛାତ୍ରଛାତ୍ରୀ ମାଲପ୍ରାଟିସ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଏ-୧ ରେ ୧୪୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବାବେଳେ ଏ-୨ ରେ ୬୯୯ ଜଣ ପାସ କରିଛନ୍ତି । ସେହିପରି ବି-୧ ରେ ୧୭୦୭ ଜଣ ପାସ କରିଥିବା ବେଳେ ବି-୨ ରେ ୨୫୬୩ ଜଣ ପାସ କରିଛନ୍ତି । ସି ଗ୍ରେଡରେ ୨୮୭୩ ଜଣ, ଡି ଗ୍ରେଡରେ ୨୩୧୫ ଜଣ, ଇ ରେ ୧୫୧୬ ଓ ଏଫ ରେ ୨୦୩ ଜଣ ପାସ କରିଛନ୍ତି । ଜିଲ୍ଲାରେ ୬୩୧୦ ଜଣ ଛାତ୍ର ପାସ କରିଥିବାବେଳେ ୫୫୦୩ ଜଣ ଛାତ୍ରୀ ପାସ କରିଛନ୍ତି ।





