କଟକ, (ବାଘୁଆବାର୍ତ୍ତା): ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ସାଢେ ୧୧ଟା ମଧ୍ୟରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ। ଚଳିତ ଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର୍ ଅଧିକ ରହିଛି । ଏହାବ୍ୟତୀତ ଖୋର୍ଦ୍ଧାରେ ସର୍ବାଧିକ ପାସହାର୍ ୯୭.୯୮% ରହିଛି । କଟକରେ ପାସହାର୍ ୯୭.୫୮% , ଢେଙ୍କାନାଳରେ ପାସହାର୍ ୯୫.୧୨%, ବାଲେଶ୍ୱରରେ ପାସହାର୍ ୯୬.୧୦%, ଜଗତସିଂହପୁରରେ ପାସହାର୍ ୯୭.୬୦%, ପୁରୀରେ ପାସହାର୍ ୯୬.୭୬%, କେନ୍ଦୁଝରରେ ୯୪.୮ ପ୍ରତିଶତ ରହିଛି । ଉଲ୍ଲେଖଯୋଗ୍ୟ, ଫଳ ପ୍ରକାଶନର ଏକଘଣ୍ଟା ମଧ୍ଯରେ www.bscodisha.ac.in ସାଇଟରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-୧୦-ରୋଲ ନାମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି ଚେକିଙ୍ଗ ପାଇଁ ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।





