Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୧ରୁ ମାଟ୍ରିକ ପରୀକ୍ଷା, ୩୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

by ସଞ୍ଜୟ ସ୍ୱାଇଁ
February 6, 2025
in Education, State
୨୧ରୁ ମାଟ୍ରିକ ପରୀକ୍ଷା, ୩୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ
87
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି। ଯାହାକୁ ନେଇ ଆଜି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ଚଳିତ ବର୍ଷ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥି ସହିତ ପ୍ରଶ୍ନ ପତ୍ର ପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ୧୨ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବା ଆରମ୍ଭ କରାଯିବ। ୧୯ ତାରିଖ ସୁଦ୍ଧା ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ଯିବ। ଏଥି ସହିତ ପ୍ରଶ୍ନପତ୍ର ସୁରକ୍ଷା ଦୃଷ୍ଟିରୁ କିଛି ସ୍ଥାନରେ ଥାନାକୁ ପ୍ରଶ୍ନପତ୍ର ରଖାଯିବା ନେଇ ନୋଡାଲ ସେଣ୍ଟର କରାଯାଇଛି। ଏଥି ସହିତ ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଡାଏନମିକ୍ କ୍ବି ଆର କୋର୍ଡ ଓ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ। କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ସ୍ପଷ୍ଟ ଜଣାପଡ଼ିବ। ଏଥି ସହିତ ପ୍ରଶ୍ନପତ୍ର ଥିବା ୩୧୪ଟି ନୋଡାଲ ସେଣ୍ଟରରେ ସିସିଟିଭି ଲାଗିଛି। ସେହିପରି ଉଭୟ ଅନଲାଇନ ଏବଂ ଅଫଲାଇନରେ ମିଳିବ ଆଡମିଟ କାର୍ଡ । www.bseodisha.ac.inରେ ମିଳିବ ଆଡମିଟ କାର୍ଡ । ସୂଚନାଯୋଗ୍ୟ ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଫେବ୍ରୁଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା, ୨୭ ତାରିଖରେ ଗଣିତ, ମାର୍ଚ୍ଚା ୧ ରେ ବିଜ୍ଞାନ, ୩ ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା (ହୀନ୍ଦୀ, ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟରେ ଶେଷ ହେବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆତିରିକ୍ତ ୧୫ ମିନିଟ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ଗଣିତ ପରୀକ୍ଷା ଦିନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ମିନିଟରେ ଶେଷ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!