ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଫ୍ ଲାଇନ୍ ମାଟ୍ରିକ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ । ଅନ୍ ଲାଇନ୍ରେ ଛାତ୍ରଛାତ୍ରୀମାନେ ଏହି ଆଡମିଟ୍ କାର୍ଡ ପାଇ ପାରିବେ । ବୋର୍ଡ ୱେବସାଇଟ୍ bseodisha.ac.inରୁ ଡାଉନ୍ଲୋଡ୍ କରିହେବ ଆଡମିଟ୍ କାର୍ଡ । ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ଜଣ ଛାତ୍ରଛାତ୍ରୀ। ୬ହଜାର ୫୯୭ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି କେନ୍ଦ୍ର ରହିଛି । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ରେ ପରୀକ୍ଷା ଆସନ୍ତା ୩୦ରୁ ଅଗଷ୍ଟ ୫ ଯାଏ ହେବ । ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ ସହ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେବ । ବିନା ମାସ୍କରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ । ଅଗଷ୍ଟ ୨୨ ତାରିଖ ସୁଦ୍ଧା ଫଳ ବାହାରିବ ।






