କଟକ, (ବାଘୁଆବାର୍ତ୍ତା): ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ ସମେଟିଭ-୨ ପରୀକ୍ଷା। ପ୍ରଥମ ଦିନ ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ପହଞ୍ଚିବେ। ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ପେନ, ଆର୍ଡମିଟ କାର୍ଡ ଓ ଜୋମେଟ୍ରି ବକ୍ସ ନେଇ ଯିବେ। ତେବେ ଚଳିତ ବର୍ଷ ପରୀକ୍ଷା ଦେଉଛନ୍ତି ପାଞ୍ଚ ଲକ୍ଷ ଏକ ଚାଳିଶ ହଜାର ଦୁଇ ଶହ ସତ ଚାଳିଶ ଜଣ। ତିନି ହଜାର ଦୁଇ ଶହ ଅଠରଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା। ମୋଟ ୩୧୬ଟି ନୋଡାଲ ସେଣ୍ଟର କରିଯାଇଛି। ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସେହିପରି କପି ରୋକିବା ପାଇଁ ମୋଟ ୭୪ଟି ସ୍କ୍ବାର୍ଡ କରାଯାଇଥିବା ବେଳେ ସେଥି ମଧ୍ୟରୁ ବୋର୍ଡ ପକ୍ଷରୁ କରାଯାଇଛି ୩୬ଟି ସ୍କ୍ବାର୍ଡ। ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ମନା। ବୋର୍ଡ ସଭାପତି ରାମାଶିଷ ହାଜରା ଓ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି।





