Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୯ରୁ ମିଳିବ ମାଟ୍ରିକ୍‌ ସାର୍ଟିଫିକେଟ୍

by ସଞ୍ଜୟ ସ୍ୱାଇଁ
August 18, 2022
in Education, State
୧୯ରୁ ମିଳିବ ମାଟ୍ରିକ୍‌ ସାର୍ଟିଫିକେଟ୍
132
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୯ ତାରିଖରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ୧୯ ଏବଂ ୨୦ ତାରିଖ ଦୁଇ ଦିନ ଧରି ବୋର୍ଡର କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସାର୍ଟିଫିକେଟ୍‌ ପ୍ରଦାନ କରିବେ । ସାର୍ଟିଫିକେଟ୍‌ ବଣ୍ଟନ ବନ୍ୟା ପ୍ରଭାବିତ ଅଞ୍ଚଳରେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବାଆସିବା ସମସ୍ୟା ଥିବାରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଜିଲ୍ଲା ମୁଖ୍ୟାଳୟରେ କିମ୍ବା ବୋର୍ଡର ଜୋନାଲ୍‌ ଅଫିସଗୁଡ଼ିକରେ ଠିକ୍‌ ସମୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଗ୍ରହଣ କରିବାରେ ଅସୁବିଧା ହେବ ବୋଲି ଅନେକ ପ୍ରଧାନ ଶିକ୍ଷକ କହିଛନ୍ତି । ତେଣୁ ସାର୍ଟିଫିକେଟ୍‌ ବଣ୍ଟନଲାଗି ବୋର୍ଡ ପକ୍ଷରୁ ଧାର୍ୟ୍ୟ ସମୟକୁ ଆଉ କିଛି ଦିନ ଗଡ଼ାଇବା ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ଡିଇଓମାନଙ୍କୁ ଅବଗତ କରିଥିବା ସୂଚନା ମିଳିଛି । ବନ୍ୟା ପ୍ରଭାବିତ ଅଞ୍ଚଳ ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକମାନେ ୧୯ କିମ୍ବା ୨୦ ତାରିଖରେ ସାର୍ଟିଫିକେଟ୍‌ ନେଇନପାରିଲେ ପରବର୍ତ୍ତୀ ସମୟରେ ବୋର୍ଡର ଜୋନାଲ୍‌ ଅଫିସ୍‌ ଏବଂ ବୋର୍ଡର ମୁଖ୍ୟ କାର୍ୟ୍ୟାଳୟରୁ ନେବାର ସୁବିଧା ରହିଛି । ମାଟ୍ରିକ୍‌ ରେଗୁଲାର ପରୀକ୍ଷାରେ ଚଳିତ ବର୍ଷ ୮ହଜାର ୯୨୫ ବିଦ୍ୟାଳୟର ୫ ଲକ୍ଷ ୧୫ ହଜାର ୪୫୨ ଜଣ ପରୀକ୍ଷାର୍ଥୀ ପାସ କରିଥିଲେ । ସେହିପରି ୧୫୯୪ ବିଦ୍ୟାଳୟର ୧୭୨୭ ଜଣ ଏକ୍ସ ରେଗୁଲାରରେ ପାସ କରିଥିଲେ । ସମ୍ପୃକ୍ତ ପାସ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ମାଟ୍ରିକ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶନ ସମୟରେ ଘୋଷଣା କରାଯାଇଥିଲା । ଯୁକ୍ତ ଦୁଇ ନାମ ଲେଖା ପାଇଁ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ସେମାନଙ୍କ ମାଟ୍ରିକ୍‌ ସାର୍ଟିଫିକେଟ୍‌ ପାଇବା ପାଇଁ ଚାହିଁ ବସିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!