ନୟାଗଡ଼ (ବାଘୁଆବାର୍ତ୍ତା): ଅଙ୍ଗାଡିଆ ସ୍କିମ ନାଁରେ ଠକେଇ । କୋଟିଏ ଟଙ୍କା କ୍ୟାସ୍ ଦେଲେ ଆକାଉଣ୍ଟକୁ ଯିବ ଦେଢ଼ କୋଟି । ଏଭଳି ଏକ କାରବାର ଚାଲିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୩ ପୋଲିସ କର୍ମଚାରୀଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟବସାୟୀଙ୍କ ସୂଚନା ଅନୁସାରେ ଜବତ ହୋଇଛି ୪୦ ପ୍ୟାକେଟ ଟଙ୍କା ବିଡା । ଯେଉଁଥିରେ ପାଖାପାଖି କୋଟିଏ ଟଙ୍କା ଥିଲା । ୩ ପୋଲିସ କର୍ମଚାରୀ ହେଲେ ଭୁବନେଶ୍ୱର ୟୁପିଡି ର ଦିଲୀପ ପୃଷ୍ଟି ଓ ସନ୍ଦୀପ ପୃଷ୍ଟି ଏବଂ କଟକ ୟୁପିଡିର ପ୍ରଫୁଲ ଭୂୟାଁ । ଏମାନଙ୍କ ନିକଟରୁ ୯ଟି ପ୍ୟାକେଟରୁ ୨୨ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଛି । ଦଲାଲଙ୍କ ସହ ମିଶି ନକଲି ପୋଲିସ ରେଡ୍ କରି ଟଙ୍କା ହଡପ କରିଥିଲେ । କରଞ୍ଜିଆର ବ୍ୟବସାୟୀ କମଲ ଶାହାକୁ ଠକିବାକୁ ହୋଇଥିଲା ଯୋଜନା । ଫରେଷ୍ଟ ପାର୍କ ନିକଟରେ ଥିବା ଏକ ହୋଟେଲରେ ଡିଲ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ଗିରଫ କରିଛି । ଏହି ଘଟଣାରେ ଅନ୍ୟ କିଛି ପୋଲିସ ଓ ଦଲାଲ ଫେରାର ଥିବା ଡିସିପି ସୂଚନା ଦେଇଛନ୍ତି ।





