Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଇବର ଠକ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ, ମାଷ୍ଟରମାଇଣ୍ଡ୍ ଫେରାର

by ସଞ୍ଜୟ ସ୍ୱାଇଁ
June 29, 2021
in Crime, State
ସାଇବର ଠକ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ, ମାଷ୍ଟରମାଇଣ୍ଡ୍ ଫେରାର
99
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ସାଇବର ଠକ ଗ୍ୟାଙ୍ଗ । ସହିଦନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । କଟକ, ବଲେଶ୍ବର ଓ ଭଦ୍ରକ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଠକ ଗ୍ୟାଙ୍ଗ ନିକଟରୁ ୪ ଶହରୁ ଅଧିକ ସିମ୍ କାର୍ଡ, ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସାଇବର ଠକେଇର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ଆତ୍ମଗୋପନ କରିଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ସିମ୍ କାର୍ଡ ଲକ୍ ହୋଇଯିବା କହି ଲିଙ୍କ୍ ପଠାଇଥିଲେ । ମହିଳା ଜଣଙ୍କ ଲିଙ୍କରେ ସବସ୍କ୍ରାଇବ କରିବା ମାତ୍ରେ ଆକାଉଣ୍ଟରୁ ଚାଲିଯାଇଥିଲା ୫ ଲକ୍ଷ ଟଙ୍କା । ଏହାପରେ ସାଇବର ସେଲ୍ ରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଅଧାରରେ ସାଇବର ସେଲ୍ ତଦନ୍ତ ଆରମ୍ଭ କରିଥିଲା । ୪ଟି ଟିମ୍ ଗଠନ କରାଯାଇ ୪ଟି ସ୍ଥାନରେ ରେଡ୍ କରାଯାଇଥିଲା । ଚଢାଉ ପରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ମଧ୍ୟ ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!