ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଘୋଡ଼ାର ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବ । ତାହାପୁଣି ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାଜଭବନ ଛକ ସ୍ଥାନାନ୍ତରିତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ । ସୂଚନାନୁସାରେ, ରାଜ୍ୟ ରାଜଧାନୀର ବ୍ୟସ୍ତବହୁଳ ଛକ ହେଉଛି ମାଷ୍ଟରକ୍ୟାଣ୍ଟିନ୍ ଛକ । ଦିନକୁ ସହର ଉନ୍ନତି କରଣ ସହ ସ୍ମାଟ ସିଟିର ରୂପରେଖ ପାଇବା ପରେ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ପ୍ରଶସ୍ତିକରଣ କରାଯିବା ପାଇଁ ନିର୍ଦ୍ଦେଶ ମିଳିଲା ପରେ ଉକ୍ତ ଛକରେ ଥିବା ଘୋଡ଼ାର ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।





