Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ କୀଟନାଶକ ଔଷଧ ଉପଚାରିତ ମଶାରି ବଂଟନ ବୈଠକ

by ସଞ୍ଜୟ ସ୍ୱାଇଁ
October 20, 2020
in Nayagarh
ଜିଲ୍ଲାସ୍ତରୀୟ କୀଟନାଶକ ଔଷଧ ଉପଚାରିତ ମଶାରି ବଂଟନ ବୈଠକ
261
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍‌ଭାବନା ଗୃହରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟିର ଦୀର୍ଘସ୍ଥାୟୀ କୀଟନାଶକ ଔଷଧ ଉପଚାରିତ ମଶାରି ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଡ. ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଉକ୍ତ ମଶାରିର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ନୟାଗଡ଼ ଜିଲ୍ଲାସାରା ଦୀର୍ଘସ୍ଥାୟୀ କୀଟନାଶକ ଔଷଧ ଉପଚାରିତ ମଶାରି କିପରି ସମସ୍ତ ହିତାଧିକାରୀ ପ୍ରାପ୍ତ ହୋଇପାରିବେ ଏବଂ ଜିଲ୍ଲାରୁ ମ୍ୟାଲେରିଆ ରୋଗର ନିରାକରଣ ହୋଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ପାଓାର ପଏଣ ମାଧ୍ୟମରେ ମଶାରିର ବଂଟନ କିପରି କରାଯାଇପାରିବ ସେ ସଂପର୍କରେ ବିଶଦ୍ ଭାବରେ ପ୍ରଦର୍ଶନ କରାଯାଇଥିଲା । ଗାଁ କଲ୍ୟାଣ ସମିତି ମାଧ୍ୟମରେ ଆଶା ଓ ଅଙ୍ଗନବାଡ଼ିକର୍ମୀମାନେ ସମସ୍ତ ହିତାଧିକାରୀଙ୍କୁ ମଶାରି ବଂଟନ କରିବେ ଏବଂ ଏହି ମଶାରିର ବ୍ୟବହାର ସଂପର୍କରେ ଲୋକଙ୍କୁ ଅବଗତ କରାଇବେ । ସର୍ବପ୍ରଥମେ ଗଣିଆ ଏବଂ ଦଶପଲ୍ଲା ବ୍ଲକରେ ମଶାରି ବଂଟନ ହେବା ପାଇଁ ବୈଠକରେ ସ୍ଥିର କରାଗଲା । ବିଶେଷ କରି ଅନୁସୂଚୀତ ଜାତି ଓ ଉପଜାତି ହଷ୍ଟେଲ ଗୁଡ଼ିକରେ ଏହି ମଶାରି ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା । ଦୁର୍ଗମ ଅଂଚଳ ଏବଂ ଜଙ୍ଗଲ ଅଂଚଳମାନଙ୍କରେ ଯେପରି ଏହା ସଠିକ୍ ଭାବରେ ପହଂଚିପାରିବ ସେଥିପ୍ରତି ଧ୍ୟାନ ଦେବାପାଇଁ ବନଖଣ୍ଡ ଅଧିକାରୀ,ନୟାଗଡ଼ ଏବଂ ସଂପୃକ୍ତ ଅଂଚଳର ଡାକ୍ତରମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ବନଖଣ୍ଡ ଅଧିକାରୀ ଶ୍ରୀ ଏଚ୍‌. ଡି. ଧନରାଜ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସନତ୍ କୁମାର ଜେନା, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଅଂଚଳର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!