ନୟାଗଡ଼,(ବାଘୁଆବାର୍ତ୍ତା): ଆସନ୍ତାକାଲି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ଓଲିଉଡ ନାୟକ ସବ୍ୟସାଚୀ ମିଶ୍ର ଏବଂ ନାୟିକା ଅର୍ଚ୍ଚିତା ସାହୁଙ୍କ ବିବାହ ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଆଜି ବିବାହ ନେଇ ସୋସିଆଲ ମିଡିଆରେ ଅପଡେଟ୍ ଦେଇଛନ୍ତି ଉଭୟ ନାୟକ ଏବଂ ନାୟିକା । ବିବାହ ଖବରକୁ ନେଇ କଳାକାର ମହଲ ଏବଂ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି ।





