ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣରେ ୪୩ ତମ ବିବାହ ବାର୍ଷିକ ପାଳନ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ । ପତ୍ନୀ ନିରୁପମା ପଟ୍ଟନାୟକଙ୍କ ସହ ଆଜି ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହ ଜୀବନର ସର୍ବଶ୍ରେଷ୍ଠ ସମୟ କାଟିଛନ୍ତି । ଏହି ଅବସରରେ ଶୁଭେଚ୍ଛୁ ତଥା ବୃଦ୍ଧାଶ୍ରମ ପରିଚାଳନା ଦାୟିତ୍ୱରେ ରହିଥିବା ଅରୁଣ କୁମାର ମହାନ୍ତି, ଧିରେନ୍ଦ୍ର ପଟ୍ଟନାୟକ, ଶ୍ରୀଧର ସାହୁ ଏକ ବିବାହ ଉତ୍ସବ ଆୟୋଜନ କରିଥିଲେ । ଉଭୟ ଦମ୍ପତ୍ତିଙ୍କ ପାଇଁ ପଗଡ଼ି ଏବଂ ଗଇଁଣ୍ଠିଆଳ ବ୍ୟବସ୍ଥା କରିବା ସହ କେକ୍ କାଟି ବୃଦ୍ଧବୃଦ୍ଧାଙ୍କୁ ବାଣ୍ଟିଥିଲେ । ଆଜି ଦିନର ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାଯାଇଛି ।






