ନୟାଗଡ଼,(ବାଘୁଆବାର୍ତ୍ତା): ଉଭୟ ପରିବାରର ସହମତି ହେଲା ବାହାଘର । ବେଦୀରେ ବସି ବରକନିଆ ବିବାହ କଲେ । ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି, ହୋମନିଆଁକୁ ସାଖି ରଖି ବର କନିଅାଁ ମଥାରେ ଲଗାଇଲା ସିନ୍ଦୂର । ହାତ ଭରିଦେଲା ଶଙ୍ଖା । ଏହାରି ଭିତରେ ବରକନିଆଙ୍କ ବିବାହ ସରିଲା । କିନ୍ତୁ ଜୀବନ ଆରମ୍ଭ କରିବା ପୂର୍ବରୁ ଟଳିପଡିଲା ନବବଧୂ । ନବବଧୂ ଶାଶୁ ଘରକୁ ଯିବା ପରିବର୍ତ୍ତେ ମୃତ ଶରୀର ଗଲା ଗାଁ ଶ୍ମସାନକୁ । ଏହି ଘଟଣା ଉକ୍ତ ଅଞ୍ଚଳରେ ସ୍ତବ୍ଧ କରିଦେଇଛି । ତେବେ ଏଭଳି ଘଟଣା ଦେଖାଦେଇଛି ବିନିକା ଅଞ୍ଚଳରେ । ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝୁଲୁଣ୍ଡା ଗାଁର ରୋଜୀ ସାହୁଙ୍କ ପାଇଁ ବଲାଙ୍ଗିର ତେତେଲ ଗାଁରେ ବିବାହ ପ୍ରସ୍ତାବ ପଡିଥିଲା । ତେବେ ଗୁରୁବାର ଦିନ ଥିଲା ବାହାଘର । ସେଥିପାଇଁ ମଧ୍ୟ ପ୍ରସ୍ତୁତି ସରିଥିଲା । ବଲାଙ୍ଗିର ତିତିଲା ଗାଁରୁ ବରଯାତ୍ରୀ ଧରି କନିଆ ଗାଁ ଝୁଲୁଣ୍ଡାରେ ଆସି ପହଞ୍ôଚଥିଲା । ବରାଯାତ୍ରୀମାନେ ନାଚଗୀତ କରି କନିଆ ଦୁଆରେ ପହଞ୍ôଚ ପ୍ରସ୍ତୁତ ହୋଇଥିବା ଭୋଜିଭାତ ଖାଇଥିଲେ । ତେବେ ଏହାରି ଭିତରେ ବିବାହ ସଂପର୍ଣ୍ଣ ହୋଇଥିଲା । କିନ୍ତୁ ଯେତେବେଳେ କନିଆ ନବବଧୂ ସାଜି ଶାଶୁଘରକୁ ବାହାରିଲା ସେହି ସମୟରେ କାନ୍ଦି କାନ୍ଦି ବେହୋସ ହୋଇଯାଇଥିଲେ । ନବବଧୂକି ନିକଟସ୍ଥ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନବବଧୂ ରୋଜି ଶାଶୁଘରକୁ ଯିବା ପରିବର୍ତ୍ତେ ତାଙ୍କ ମୃତ ଶରୀରର ଗାଁର ଶ୍ମସାନ ଯାଇଥିବା ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରୋଜିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।





