ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଢୁଥିବା କରୋନା ମାମଲା ଭିତରେ ସରକାର ଓ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବରଯାତ୍ରୀ ପହଞ୍ôଚବା ପୂର୍ବରୁ କନ୍ୟାଘରେ ପ୍ରଶାସନ ଅଧୀକାରୀ ପହଞ୍ôଚ ଭୋଜିଭାତ ସବୁ ଜବତ କରିଥିବାର ସୂଚନା ମିଳିଛି । ସୂଚନାନୁସାରେ, ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ଅନ୍ତର୍ଗତ କୁଣଥରା ଗାଁରେ ଶନିବାର ଆଇଟିବିପି ଜବାନ୍ ବୃଜଭାନ ସିଂ ଜାଟଭଙ୍କ ଭଉଣୀଙ୍କ ବାହାଘଣ ଥିଲା । ଏହି ବାହାଘରରେ ୫୦୦ ଜଣ ଲୋକ ଏକାଠି ହୋଇଥିଲା । ସୂଚନା ମିଳିବା ପରେ ପୋଲିସ ଓ ପ୍ରଶାସନ ରାତି ୧୦ଟାରେ ଘଟଣାସ୍ଥଳରେ ପହଁଞ୍ôଚଥିଲା । ପୋଲିସ୍ ଟିମ୍ ବରଯାତ୍ରୀ ବାହାରିବା ପୂର୍ବରୁ ଟେଣ୍ଟ, ଡିଜେ ଓ କ୍ୟାଟରିଂ ଜିନିଷ ଜବତ କରିଥିଲା । ବ୍ୟାଣ୍ଡ ବାଜାର ଦୋକାନକୁ ସିଲ୍ କରିଦେଇଥିଲା । ସେଭଳି ଆୟୋଜନକାରୀଙ୍କ ବିରୋଧରେ ନିୟମ ଭାଙ୍ଗିବା ନେଇ ମାମଲା ରୁଜୁ କରାଯାଇଛି । ଆୟୋଜନକାରୀଙ୍କ ବିରୋଧରେ ନିୟମ ଭାଙ୍ଗିବା ନେଇ ମାମଲା ରୁଜୁ କରାଯାଇଛି । ଆୟୋଜକଙ୍କ ଉପରେ ଧାରା ୧୪୪ ଭାଙ୍ଗିବା ଓ ଭିଡ ଏକାଠି କରିବାର ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ପୋଲିସ କାର୍ଯ୍ୟାନୁଷ୍ଠାନର ସୂଚନା ମିଳିବା ମାତ୍ରେ ବରପକ୍ଷ ଲୋକ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବାର କାର୍ଯ୍ୟକ୍ରମ ରୋକି ଦେଇଥିଲେ । କାର୍ଯ୍ୟକ୍ରମ ବନ୍ଦ ହେବାପରେ ପୁଲିସ ଅଧିକାରୀମାନେ ଲୋକଙ୍କୁ ପଚରାଉଚରା କରିଥିଲେ ଓ ଘଣ୍ଟାଏ ପରେ ଚାଲିଯାଇଥିଲେ । ତେବେ ୫୦ ଜଣ ଲୋକଙ୍କ ଉପସ୍ଥିତି ବିବାହ ହୋଇଥିଲା ।





