Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହର ଦୁଇ ମାସ ପରେ ସ୍ୱାମୀ ଜାଣିଲେ ତାଙ୍କ ସ୍ତ୍ରୀ ଜଣେ ମହିଳା ନୁହଁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା ପରେ କ’ଣ ହେଲା

by ସଞ୍ଜୟ ସ୍ୱାଇଁ
June 24, 2021
in Lifestyle, NATIONAL NEWS
ବିବାହର ଦୁଇ ମାସ ପରେ ସ୍ୱାମୀ ଜାଣିଲେ ତାଙ୍କ ସ୍ତ୍ରୀ ଜଣେ ମହିଳା ନୁହଁ, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା ପରେ କ’ଣ ହେଲା
880
VIEWS
Share on FacebookShare on Twitter

କାନପୁର, (ବାଘୁଆବାର୍ତ୍ତା): – ବିବାହ ପରେ ଶଶୁର ଘରର ୮ ଜଣଙ୍କ ନାମରେ ନବ ବିବାହିତ ବର ଥାନାରେ ମାମଲା ରୁଜୁ କରିଛି । ସେ ବିବାହ କରିଥିବା ସ୍ତ୍ରୀ ମହିଳା ନୁହେଁ ବୋଲି ଥାନାରେ ମାମଲା କରିଛି । ବିବାହ ପରେ ସମ୍ପର୍କ ରଖିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅସୁବିଧା ହୋଇଥିଲା । ତାଙ୍କ ସ୍ତ୍ରୀ ଏହା ତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା କହିଥିଲେ, ବିଭିନ୍ନ ବାହାନା ଦେଖାଇଥିଲେ ବୋଲି ସେ ଅଭିଯାଗରେ ଦର୍ଶାଇଛନ୍ତି । ପରେ ସମୟ ଗଡିବା ଅନୁସାରେ ବାରମ୍ବାର ଏହା ଶୁଣିବା ପରେ ସେ ତାଙ୍କ ସ୍ତ୍ରୀକୁ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ଦେଖାଇଥିଲେ । ତାଙ୍କ ସ୍ତ୍ରୀ ବାସ୍ତବରେ ଜଣେ ମହିଳା ନୁହନ୍ତି , କିନ୍ନର ବୋଲି ସ୍ତ୍ରୀ ରୋଗ ବିଶେଷଜ୍ଞ ମେଡିକାଲ୍‌ ଯାଞ୍ଚ ପରେ କହିଥିଲେ । ଏହାପରେ ମେଡିକାଲ୍‌ ରିପୋର୍ଟ ଧରି ସ୍ୱାମୀ ଥାନାରେ ତାଙ୍କ ଶଶୁର ଘର ଲୋକଙ୍କ ନାମରେ ଅଭିଯୋଗ କରିଥିଲେ । ବିବାହର ଦୁଇ ମାସ ପରେ ସେ ଶଶୁର ଘରର ୮ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ତାଙ୍କୁ ଜାଣି ଶୁଣି ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଅନ୍ଧାରରେ ରଖି ବିବାହ ସମ୍ପନ୍ନ କରାଯାଇଥିବା ସେ ରିପୋର୍ଟରେ ଦର୍ଶାଇଛନ୍ତି । ଅଭିଯୋଗରେ ସେ ବିବାହର ପ୍ରଥମ ରାତିରୁ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧା ଭୋଗିଥିଲେ । ହେଲେ ତାଙ୍କ ସ୍ତ୍ରୀ ଏହା ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି କହିଥିଲେ । ପରେ ବରମ୍ବାର ଏପରି କହିବାରୁ ଦୁଇମାସପରେ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ପରେ ମେଡିକାଲ୍‌ ରିପୋର୍ଟରେ ସତ କଥା ଆସିଥିଲା ବୋଲି ବିବାହିତ ସ୍ୱାମୀ କହିଛନ୍ତି । ଏହି ବ୍ୟକ୍ତିଙ୍କର ବିବାହ ମାର୍ଚ୍ଚ ୨୮ ତାରିଖ ୨୦୨୧ରେ ହୋଇଥିଲା । ଥାନା ଅଧିକାରୀ କୁଞ୍ଜବିହାରୀ ମିଶ୍ରଙ୍କ ଅନୁସାରେ କାନପୁରର ଶାସ୍ତ୍ରୀ ନଗରର ଏହି ଘଟଣା । ଅଭିଯୋଗ କରିଥିବା ବ୍ୟକ୍ତି ଜଣଙ୍କ ବିବାହ କରିଥିବା ବ୍ୟକ୍ତି ମହିଳା ନୁହନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏଥିପାଇଁ ସେ ମେଡିକାଲ ରିପୋର୍ଟ ଦାଖଲ କରିଛନ୍ତି । ସ୍ତ୍ରୀଙ୍କ ମାତାପିତାଙ୍କ ସହ ମଧ୍ୟସ୍ଥତା କରିଥିବା ବ୍ୟକ୍ତିଙ୍କ ନାମରେ ୪୨୦ ଧାର ଅନୁସାରେ ମାମଲା ରୁଜୁ କରାଯାଇଛି । ଏବେ ପୋଲିସ ଘଟଣାର ତଦନ୍ତ କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!