ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟର ସମସ୍ତ କୃଷିଙ୍କୁ ଏକାଠି କରିବା ପାଇଁ ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ କୃଷି ମେଳା ଅନୁଷ୍ଠିତ ହେବ । ଏହି କୃଷି ମେଳା ‘କୃଷି ଓଡ଼ିଶା’ ମେଳା ଚଳିତ ବର୍ଷ ମାର୍ଚ୍ଚ ୧୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୂଚନାନୁସାରେ, ରାଜ୍ୟ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ରାଜ୍ୟ ସ୍ତରୀୟ କୃଷି ମେଳା-୨୦୨୧ ଅନୁଷ୍ଠିତ ହେବ । କୃଷି ଓ ଆନୁସଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ଗୋଟିଏ ଛାତ ତଳେ ସବୁ ପ୍ରକାରର ଅଂଶିଦାର ମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ତଥା ବୈଷୟୀକ ଜ୍ଞାନକୁ କୃଷି ଓଡ଼ିଶା ମାଧ୍ୟମରେ ପ୍ରଦର୍ଶିତ କରାଯିବ । ଏହାଦ୍ୱାରା କୃଷକ ଭାଇମାନେ ପ୍ରଦର୍ଶନୀ ବୁଲି ବୁଲି ବିଭିନ୍ନ ବିଭାଗଗୁଡିକୁ ଦେଖି ନିଜ ମଧ୍ୟରେ ଏକ ଆତ୍ମବିଶ୍ୱାସ ଜାଗ୍ରତ କରିବେ । ଚଳିତ ବର୍ଷ କୃଷି ଓଡ଼ିଶାରେ ୧୬୦ଗୋଟି ମଣ୍ଡପରେ ପ୍ରଦର୍ଶିତ କରାଯିବ । ତେବେ କୃଷି ମେଳାରେ ମୁଖ୍ୟ ଆକର୍ଷଣ ରହିଛି କୃଷକ ଉତ୍ପାଦନକାରୀ ଗୋଷ୍ଠୀ, ଫୁଲ ଚାଷ, ମାଛ ଚାଷ, କୁକୁଡ଼ା ପାଳନ, ଉଦ୍ୟୋଗୀଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋଡାଳନ, କୃଷି ଉତ୍ପାଦନ ବୃଦ୍ଧିରେ ସମ୍ମନ୍ୱିତ ଚାଷର ଭୂମିକା, ଚାଷିଙ୍କର ଅଧରକ ଆୟ ପାଇଁ ଫସଲ ବିବିଧିକରଣ, ପରିବର୍ତ୍ତିତ ଜଳବାୟୂ ଏବଂ ପୃଷ୍ଟି ସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ, କୃଷି ଆୟ ବୃଦ୍ଧିର ମାଧ୍ୟମ ଓ ରାଜ୍ୟରେ କୃଷି ଉଦ୍ୟୋଗୀ ସ୍ଥାପନ କରିବା ମୁଖ୍ୟ ଆକର୍ଷଣ ରହିଛି । ମାର୍ଚ୍ଚ ୧୫ତାରିଖରେ ଏହି କୃଷି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମାର୍ଚ୍ଚ ୧୯ରେ ହେବାକୁ ଥିବା କୃଷି ମେଳା-୨୦୨୧ର ଉଦଯାପନୀ ଦିବସରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ନେଇ କୃଷ ଓ କୃଷକ ଶସକ୍ତିକରଣ ବିଭାଗର ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କୃଷି ମେଳା-୨୦୨୧କୁ ଘରେ ବସି ଦେଖିବାର ସୁଯୋଗ ପାଇବେ ବୋଲି ଜଣାପଡିଛି ।





