ମାଲକାନିଗିରି, (ବାଘୁଆବାର୍ତ୍ତା): ମହାମାରୀ କରୋନା ଦେଶବାସୀଙ୍କୁ କବଳିତ କରି ରଖିଥିବା ବେଳେ ବାଦ୍ ପଡିନା ଲାଲ ବାହିନୀ । ସଂକ୍ରମଣରେ ଛଟପଟ ହେଉଛନ୍ତି ମାଓ ସଂଗଠନ । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାରେ ଥିବା ସକ୍ରିୟ ମାଓ ସଂଗଠନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରେ ଲାଗିଛି । କିଛିଦିନ ପୂର୍ବରୁ କରୋନାରେ ସଂକ୍ରମଣ କାରଣରୁ ୩ଜଣ ନକ୍ସଲଙ୍କୁ କୋତାଗୁଡେମ୍ ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଗିରଫ୍ କରିଥିଲା । ଆଜି ସେହିପରି ତେଲେଙ୍ଗାନାରେ ନକ୍ସଲଙ୍କ କମ୍ୟୁନିକେସନ ଟିମର ମୁଖ୍ୟ ସୋବରାୟଙ୍କୁ ଗିରଫ୍ କରିଛି । ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ଟେକ୍ନିକାଲ ଟିମର ମୁଖିଆ ସୋବରାୟ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ୱାରଙ୍ଗଲ ଜିଲ୍ଲାରେ ଯାନବାହାନ ତନଖି ଚାଲିଥିବା ବେଳେ ସୋବରାୟଙ୍କୁ ଗିରଫ୍ କରିଛି ପୁଲିସ୍ ।






