Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ମାଓବାଦୀଙ୍କୁ ନିର୍ଯ୍ୟାତନାର କାହାଣୀ

by ସଞ୍ଜୟ ସ୍ୱାଇଁ
June 22, 2025
in Feature News
ମହିଳା ମାଓବାଦୀଙ୍କୁ ନିର୍ଯ୍ୟାତନାର କାହାଣୀ
171
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଗତ ଦୁଇ ବର୍ଷ ହେଲା ମାଲକାନଗିରି ତଥା ସୀମାନ୍ତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଆର୍ଦ୍ଧାଧିକ ମହିଳା ଅଛନ୍ତି। ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ନକ୍ସଲ ସଂଗଠନରେ ହେଉଥିବା ମହିଳାଙ୍କ ପ୍ରତି ଶୋଷଣର ଗୁମର ଖୋଲିଛନ୍ତି। ମହିଳା କ୍ୟାଡରର ମାଓବାଦୀମାନେ ପୁରୁଷ କ୍ୟାଡରଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ମୁହଁ ଖୋଲିଲେ ମୃତ୍ୟୁ ଦଣ୍ଡର ଧମକ ଦିଆଯାଉଥିଲା ବୋଲି କିଛି ମହିଳା ମାଓବାଦୀ ପ୍ରକାଶ କରିଛନ୍ତି। ବହୁ ମହିଳା ମାଓବାଦୀ ଗର୍ଭବତୀ ମଧ୍ୟ ହୋଇଛନ୍ତି। କିନ୍ତୁ କମାଣ୍ଡରମାନେ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥାନ୍ତି। ବିଶେଷକରି ସମସ୍ତ ମାଓ କମାଣ୍ଡର ମହିଳାଙ୍କୁ ଅସଦାଚରଣ କରିଥାନ୍ତି। ମହିଳା ମାଓବାଦୀ ଦେଇଥିବା ଚାଞ୍ଚଲ୍ୟକର ବୟାନରେ ପୁରୁଷ କମାଣ୍ଡରମାନେ ମହିଳାଙ୍କୁ ବଳପୂର୍ବକ ଶାରିରୀକ ଶୋଷଣ କରିବା ସହ ସେମାନଙ୍କୁ ଗର୍ଭପାତ କରିବାପାଇଁ ଇଞ୍ଜେକ୍ସନ ଏବଂ ବଟିକା ଖାଇବାକୁ ଦିଆଯାଉଥିଲା। ଏ ସଂପର୍କରେ ସଂଗଠନର ଅନ୍ୟ ମାଓବାଦୀମାନେ ଜାଣିଲେ ବି ଚୁପ ରହିବାକୁ ବାଧ୍ୟ ହେଉଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ମହିଳା ମାଓବାଦୀ ପ୍ରଶାସନ ନିକଟରେ ମାଓ ସଂଗଠନର ଏଭଳି ନିନ୍ଦନୀୟ କାର‌୍ୟ୍ୟ ସଂପର୍କରେ ଅବଗତ କରାଇଥିଲେ। ଗତ ୬ ବର୍ଷ ତଳେ ମହିଳା ମାଓବାଦୀମାନେ ଛତିଶଗଡ଼ର ଏକ ଥାନାରେ ଏତଲା ଦେବା ପରେ ପୁଲିସ ୩୭୬ ଧାରାରେ ତିନି ଜଣ କମାଣ୍ଡର ବିରୋଧରେ ମାମଲା ରୁଜୁ ମଧ୍ୟ କରିଥିଲା। ମହିଳା ନକ୍ସଲମାନେ ସତ କହୁଛନ୍ତି ନା ମିଛ କହୁଛନ୍ତି ସେତେବେଳେ ସେମାନଙ୍କର ଡାକ୍ତରୀ ମାଇନା କରିବା ପରେ ସବୁ ସତ୍ୟ ବୋଲି ଜଣାପଡିଥିଲା। ବିଶେଷକରି ଆନ୍ଧ୍ର କ୍ୟାଡର ମାଓବାଦୀମାନେ ଓଡ଼ିଶା-ଛତିଶଗଡ଼ର ଆଦିବାସୀ ମହିଳା ମାଓବାଦୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାର ବହୁ ନଜିର ରହିଛି। ବହୁ ମହିଳା ମାଓବାଦୀ ଆତ୍ମସମର୍ପଣ କରିବା ପରେ ଆନ୍ଧ୍ର କ୍ୟାଡର ମାଓବାଦୀଙ୍କର ନିର‌୍ୟାତନା ଏବଂ ଭେଦଭାବ ସଂପର୍କରେ ବହୁ ବାର ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ଯେତେ ବେଳେ ବି ପୁଲିସ ମାଓବାଦୀ ଉପରେ ଚଢାଉ କରନ୍ତି,ସେତେବେଳେ ପୁରୁଷ ମାଓବାଦୀମାନେ ମହିଳା ମାଓବାଦୀଙ୍କୁ ଆଗରେ ଛାଡି ଦିଅନ୍ତି। ଜଣେ ମହିଳା ସିଏନଏମ କମାଣ୍ଡର ସୋନା ଅରଫ ଭୀମେ କାବାସି ଆତ୍ମସମର୍ପଣ ପରେ କିପରି ସଂଗଠନରେ ତାଂକୁ ଶୋଷଣ କରାଯାଇଥିଲା ସେ ବଖାଣିଥିଲେ। କିପରି ଏଲଓସି କମାଣ୍ଡର ଶଂକର ଅରଫ କାମା ଅରଫ ଜଗା ତାଂକୁ ବାରମ୍ବାର ଶୋଷଣ କରିଥିଲା। ଏ ସଂପର୍କରେ ଅନ୍ୟ ମାଓବାଦୀମାନେ ଜାଣିବା ପରେ ସେହି ମହିଳା ମାଓବାଦୀ ସହ ବିବାହ କରିବାକୁ ଶଂକରକୁ ବାଧ୍ୟ କରାଯାଇଥିଲା। ସେହି ମହିଳା ମାଓବାଦୀ ପରବର୍ତ୍ତୀ ସମୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଛତିଶଗଡ,ତେଲେଙ୍ଗାନା ଏବଂ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବହୁ ମହିଳା ମାଓବାଦୀ ଏହାକୁ ସ୍ବୀକାର କରିଛନ୍ତି। ମାଓବାଦୀ କମାଣ୍ଡରମାନେ ଆଦିବାସୀ ଯୁବତୀମାନଙ୍କୁ ଲୋଭନୀୟ କଥା କହି ସେମାନଙ୍କୁ ସଂଗଠନ ସହ ଜଡିତ କରନ୍ତି। ପରେ ସେମାନଙ୍କୁ ଜବରଦସ୍ତ ଶୋଷଣ କରନ୍ତି। ବହୁ ମହିଳା ମାଓବାଦୀ ପୁଲିସ ଭୟରେ ନୁହେଁ ବରଂ ସଂଗଠନରେ ଶୋଷଣ ହେଉଥିବାରୁ ସଂଗଠନ ଛାଡୁଛନ୍ତି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!