ରିଆମାଳ, (ବାଘୁଆବାର୍ତ୍ତା): ଦୁର୍ଘଟଣା ଘଟଣା ବଦଳି ହତ୍ୟାରେ ପରିଣତ ହେଲା । ତଦନ୍ତରୁ ଜଣାପଡିଲା ସତ । ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ମୃତକ ଅମର ପ୍ରଧାନ ଏବଂ ହତ୍ୟାକାରୀ ସୁଶୀଳ କିଶାନ ବୋଲି ଜଣାପଡିଛି । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମରେ ଗତ ମାସ ୧୧ ତାରିଖ ରାତି ୧୧ଟା ସମୟରେ ସେହି ଗ୍ରାମର ଅମର ପ୍ରଧାନ, ସୁଶୀଳ କିଶାନ ଓ ସଚ୍ଚିଦାନନ୍ଦ ସାହୁ ସହିତ ଘରକୁ ଫେରୁଥିବା ବେଳେ ଏକ ଚାରି ଚକିଆ ଗାଡି ଧକା ଦେବାରୁ ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଥାନାରେ ତାଙ୍କ ଭାଇ ଜୟନ୍ତ ଏତେଲା ହୋଇଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ କ୍ଷ କିନ୍ତୁ ତଦନ୍ତରୁ ଜଣା ପଡ଼ିଥିଲା ଯେ, ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନୁହଁ ବରଂ ଏହା ହତ୍ୟା କ୍ଷ ହତ୍ୟା ତଦନ୍ତ କରାଯିବା ବେଳେ ସୁଶୀଳକୁ ପଚରା ଉଚୁରା କରିବାରୁ ସେ ହିଁ ଅମରକୁ ହତ୍ୟା କରିଥିବା ମାନିଥିଲା ଏବଂ କିଭଳି ହତ୍ୟା କରିଥିଲା ସେ ଘଟଣା ସମ୍ପର୍କ କହିଥିଲା । ତେବେ ପଇସା ପତ୍ର ଲେଣ ଦେଣ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ହତ୍ୟାରେ ବ୍ୟବହୃତ କାର ସହିତ ସମସ୍ତ ସାମଗ୍ରୀ ଜବତ କରିଥିବା ଦେବଗଡ଼ ଏସ. ପି ଅନିଲ କୁମାର ମିଶ୍ର ପ୍ରେସ ମିଟର ସୂଚନା ଦେଇଥିଲେ । ଶୁକ୍ରବାର ଆସାମୀକୁ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ କ୍ଷ ପ୍ରେସମିଟ ବେଳେ ଥାନାଧିକାରୀ ସତ୍ୟବ୍ରତ ରାଉତ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ କ୍ଷ





