Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନମୋହନଙ୍କୁ କଡ଼ା ଜବାବ ଦେଲେ ଦେବୀ ମିଶ୍ର

by ସଞ୍ଜୟ ସ୍ୱାଇଁ
December 9, 2023
in Politics, State
ମନମୋହନଙ୍କୁ କଡ଼ା ଜବାବ ଦେଲେ ଦେବୀ ମିଶ୍ର
110
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ଗାଁ ଲୋକଙ୍କ ସହ ସବୁବେଳେ ରହି ଆସିଛି ବିଜେଡି । ବିଜେପି ବର୍ତ୍ତମାନ ଗାଁକୁ ଯିବା କଥା ଚିନ୍ତା କରୁଛି । କିନ୍ତୁ ବିଜେଡି ସବୁବେଳେ ଗାଁର ଲୋକମାନଙ୍କ ସହ ରହିଛି । ଓଡ଼ିଶାର ଜନତା ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଆର୍ଶୀବାଦ ଦେଇ ଆସିଛନ୍ତି । ପାଞ୍ଚ ପାଞ୍ଚ ଥର ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି । ଆଗାମୀ ନିର୍ବାଚନରେ ଆମେ ସେହି ସଫଳତା ପାଇବୁ । ଯିଏ ଯେଉଁ ରଣନୀତି କଲେ କି ଯେତେ ଅଙ୍କ କଷିଲେ ବି ତାହା କାମ କରିବନି । ସେପଟେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଥିଲେ ଓଡିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଥିଲେ, କେନ୍ଦ୍ରୀୟ ନେତୃତ୍ଵଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପୁଣି ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବେ ବୋଲି ମନମୋହନ ସୂଚନା ଦେଇଥିଲେ । ଗାଁକୁ ଯିବା ପାଇଁ କେନ୍ଦ୍ରୀୟ ନେତୃତ୍ଵଙ୍କ ନିର୍ଦ୍ଦେଶ ରହିଛି । ନିଜର ଏବଂ ପାଖ ପଞ୍ଚାୟତ ଯିବାକୁ କେନ୍ଦ୍ରୀୟ ନେତୃତ୍ୱ ଟାସ୍କ ଦେଇଥିଲେ । ୧୨ ଶହ ପାଖାପାଖି ପଞ୍ଚାୟତ ଗସ୍ତ ସାରିଲାଣି । ବାକି ୫ହଜାର ପଞ୍ଚାୟତଗୁଡ଼ିକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର‌୍ୟ୍ୟକର୍ତ୍ତା । ଶୀର୍ଷ ନେତୃତ୍ଵଙ୍କ ଠାରୁ ଆରମ୍ଭ କରି ସାଧାରଣ କାର‌୍ୟ୍ୟକର୍ତ୍ତା ପର‌୍ୟ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୂଳ ସଙ୍ଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଲୋକ ଚାହୁଁଛନ୍ତି ଡବଲ୍ ଇଞ୍ଜିନ ସରକାର ହେବ, ବିଜେପି ସରକାର କରିବ ବୋଲି ମନମୋହନ ସାମଲ କହିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!