Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ଏଥର ଅପରାଜିତା ବନାମ ମନ୍ମଥ, ବିଜେଡିର ବଡ଼ ପ୍ଲାନ

by ସଞ୍ଜୟ ସ୍ୱାଇଁ
March 27, 2024
in Politics, State
ଭୁବନେଶ୍ୱରରେ ଏଥର ଅପରାଜିତା ବନାମ ମନ୍ମଥ, ବିଜେଡିର ବଡ଼ ପ୍ଲାନ
219
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଦେଖିବ ଏଥର ବଡ ଲଢେଇ । ମୁହାଁମୁହିଁ ହେବେ ଅପରାଜିତା ଷଡଙ୍ଗୀ ଆଉ ମନ୍ମଥ ରାଉତରାୟ । ବୁଧବାର ବିଜେଡି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ଭୁବନେଶ୍ୱର ଦଖଲ ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ବିଜେଡି ଲୋକସଭା ନିର୍ବାଚନ ପାଇଁ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଆଉ ଅନ୍ୟପଟେ ବିଜେପି ପୁଣିଥରେ ନିଜର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ଦେଇଛି । ତେଣୁ କାହା ଉପରେ ଏଥର ଭୁବନେଶ୍ୱର ଭୋଟର ଭରସା କରୁଛନ୍ତି ତାହା ଦେଖିବା ବାକି ରହିଲା । ଗତ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଇଥିଲେ ଅପରାଜିତା ଷଡଙ୍ଗୀ । ଅନ୍ୟପଟେ ବିଜେଡି ଅପରାଜିତାଙ୍କୁ ମାତ୍ ଦେବାକୁ ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଟିକେଟ୍ ଦେଇଥିଲା । ହେଲେ ଜୋରଦାର ଟକ୍କର ଦେବା ସ୍ୱତ୍ତ୍ୱେ ବିଜେଡି ଭୁବନେଶ୍ୱର ଲୋକସଭା ଆସନ ହରାଇଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇ ଦେଇଥିଲେ । ସେବେଠୁ ଭୁବନେଶ୍ୱର ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ବିଜେଡି । ଦଳରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଉ ଦେଉ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ଉପରେ ଭରସା କରିଛି ଦଳ । ବିଜେଡି ତାଙ୍କୁ ବଡ ଦାୟିତ୍ୱ ଦେବା ସହିତ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । କୁହାଯାଉଛି, ମନ୍ମଥଙ୍କୁ ପ୍ରାର୍ଥୀ କରି ବିଜେଡି ବଡ ଗେମ୍ ଖେଳିଛି । ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ୍ ମଧ୍ୟ ବିଜେଡିକୁ ମିଳିବାର ସମ୍ଭାବନା ବେଶି ବୋଲି ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ । ଅନ୍ୟପଟେ ଅପରାଜିତାଙ୍କ ୫ ବର୍ଷ ଶାସନର ବିରୋଧୀ ହାୱାକୁ ମଧ୍ୟ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ବିଜେଡି । ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ମୁଦ୍ଦା କରି ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅପରାଜିତା ମଧ୍ୟ ବିକାଶର ନାରା ଦେଇ ପୁଣିଥରେ ଭୁବନେଶ୍ୱରବାସୀଙ୍କ ଭରସା ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏ ସବୁ ଭିତରେ କିଏ ଭୁବନେଶ୍ୱରବାସୀଙ୍କ ଭରସା ଜିତୁଛି? କିଏ ଏଠାରୁ ଲୋକସଭାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!