ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କୋମଣ୍ଡ ଠାରେ ଓଡି ୨୫ ଏଚ୍ ୭୦୬୦ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ରଖିଥିଲେ । ଓଡ଼ଗାଁର ଟ୍ରାକ୍ଟର ମାଲିକ ପୂର୍ଣ୍ଣ ଚନ୍ଦ୍ର ନାୟକ ଆଜି ୨୫ ହଜାର ଟଙ୍କା ଜୋରିମାନା ଦେଇ ଟ୍ରାକ୍ଟର ମୁକୁଳାଇଥିବା ଜଣାଯାଇଛି । ତହସିଲପକ୍ଷରୁ ଏହି ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ପ୍ରକାଶ ଥାଉକି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋମଣ୍ଡକୁ ଜିଲ୍ଲା ପ୍ରଶାସନ କଂଟେନମେଂଟ ଅଂଚଳ ଘୋଷଣା କରିଥିବା ବେଳେ ପ୍ରତିଦିନ ରାତିରେ ଏଠାରୁ ବେଆଇନ ଭାବେ ହଜାର ହଜାର ମାଙ୍କଡା ପଥର ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି ।




