Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ମାସ ପୂର୍ବେ ନାଗ ସାପ ବିଷର ଜ୍ୱଳା ସହି ନ ପାରିଥିବା ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ହସ ଫୁଟିଛି

by ସଞ୍ଜୟ ସ୍ୱାଇଁ
September 21, 2021
in Health, State
୪ ମାସ ପୂର୍ବେ ନାଗ ସାପ ବିଷର ଜ୍ୱଳା ସହି ନ ପାରିଥିବା ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ହସ ଫୁଟିଛି
226
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ‘ମୋତେ ମାରିଦିଅ, ନ ହେଲେ ଡାକ୍ତରଖାନା ନେଇଯାଅ।’ ନାଗ ସାପ ବିଷର ଜ୍ୱଳା ସହି ନ ପାରି ୪ ମାସ ପୂର୍ବେ ଏପରି ଗୁହାରୀ କରୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଛି ହସ। କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି ଏହି କୁନି ଝିଅ । ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇପାରିଛି। କଟକ ବଡ଼ ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ପରେ ଶେଷରେ ଆସନ୍ତାକାଲି ନିଜ ଘରକୁ ଫେରିଯିବ ସେ। ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ବି ଦୁଇ ଦୁଇ ଥର ଅପରେସନ ପରେ ମଞ୍ଜୁଳାର ହାତକୁ ରକ୍ଷା କରାଯାଇପାରିଛି। ଗତ ଜୁନ୍‌ ମାସରେ ଘର ପାଖରେ ଖେଳୁଥିବା ବେଳେ ମଞ୍ଜୁଳାକୁ ଏକ ନାଗ ସାପ କାମୁଡି ଦେଇଥିଲା। ଏଥିଯୋଗୁ ତା’ ଡାହାଣ ହାତଟି ଫୁଲି ପଚି ଯାଇଥିଲା। ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇ ପାରି ନ ଥିଲେ। ଏପରିକି ସାପ ବିଷ ଜ୍ୱଳା ସହି ନ ପାରି ତାକୁ ଜୀବନରୁ ମାରିଦେବାକୁ କାକୁତି ମୀନତି ହେଉଥିଲା କୁନି ଝିଅଟି। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତା’ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘। ଏ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ମଞ୍ଜୁଳାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏସସିବି ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିଲା ମଞ୍ଜୁଳା। ଏସସିବିରେ ତା’ର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଞ୍ଜୁଳାର ୨ ଥର ଅପରେସନ୍ ମଧ୍ୟ ହୋଇଛି। ଏବେ ମଞ୍ଜୁଳାର ପଚି ଯାଇଥିବା ହାତଟି ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ବିପଦମୁକ୍ତ ଥିବା ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ଝିଅ ଭଲ ହେବ ବୋଲି ଆଶା ଛାଡ଼ି ଦେଇଥିବା ମଞ୍ଜୁଳାର ପରିବାର ଲୋକ ମଧ୍ୟ ଏବେ ଝିଅର ହସ ହସ ମୁହଁ ଦେଖି ବେଶ୍‌ ଖୁସି। ଏନେଇ ମଞ୍ଜୁଳାଙ୍କ ମା’ କହିଛନ୍ତି, “ଝିଅ ଧୀରେ ଧୀରେ ସୁସ୍ଥ ହେଉଛି। ଡାକ୍ତରଙ୍କ ପରିଶ୍ରମ ଯୋଗୁ ମୋ ଝିଅ ଭଲ ହେଲା। ଆମେ ସବୁବେଳେ ସେମାନଙ୍କ ନିକଟରେ କୃତଜ୍ଞ ରହିବୁ।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!