Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାକୁ ବଳାଉଛି ପେଟ ଯନ୍ତ୍ରଣା, ମଣିଷ ହାଟରେ ଭିଡ଼

by Anil Panda
September 28, 2020
in Nayagarh
କରୋନାକୁ ବଳାଉଛି ପେଟ ଯନ୍ତ୍ରଣା, ମଣିଷ ହାଟରେ ଭିଡ଼
629
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲରେ କରୋନା କଟକଣା ଚଳିତ ମାସ ଆରମ୍ଭରୁ ସଂମ୍ପୂର୍ଣ୍ଣ କୋହଳ ହୋଇଛି । ଫଳରେ ଅନେକ ଲୋକ ପେଟପାଟଣା ପାଇଁ ଲାଗି ପଡ଼ିଥିବା ଜଣାଯାଇଛି । ଫଳରେ ନୟାଗଡ଼ ସହରକୁ ଆସି ଗାଁର ଶ୍ରମିକମାନେ ମଣିଷ ହାଟରେ ନିତି ଭିଡ଼ ଜମାଇଲେଣି । ସୂଚନାନୁସାରେ, ବର୍ଷା ଋତୁରେ ଧାନ ଚାଷ ଆରମ୍ଭ ହେବା ପରେ ଚାଷୀ ତତ୍ପର ହେଉ ଉଠୁଥିବା ବେଳେ ଶୀତ ଋତୁରେ ଧାନ ଅମଳ ପରେ ନିଜ ମୁଣ୍ଡରୁ ବୋଝ ଓହ୍ଲାଇ ଥାଏ । ଧାନ ରୂଆ, ବେଉସା ଶେଷ ହେବା ପରେ ଏବେ ଲୋକଙ୍କ ପାଖରେ ଆଉ କାମ ନାହିଁ । ଫଳରେ ଚାଷକାର୍ଯ୍ୟ ହାତରୁ ଶେଷ ହୋଇଥିବାରୁ ଗାଁ ଗହଳୀର ଲୋକେ ଏବେ କାମ ଖୋଜିବା ପାଇଁ ସହରମୁହାଁ ହୋଇଛନ୍ତି । ଫଳରେ ପ୍ରତ୍ୟେକ ଦିନ ସକାଳୁ ନୟାଗଡ଼ ଟ୍ରାଫିକ ଛକ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସାମନା ମଣିଷ ହାଟରେ ଭିଡ଼ ଜମୁଛି । ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ କ୍ରିଦାଶପୁର, ଲକ୍ଷ୍ମୀପ୍ରସାଦ, ଭାଟସାହି, କଇଥଗାଡ଼ିଆ, ଲାଠିପଡ଼ା ପ୍ରଭୃତି ଅଂଚଳର ଲୋକମାନେ ପେଟକୁ ମୁଠାଏ ଦାନା ସହ ପରିବାର ପ୍ରତିପୋଷଣ ପାଇଁ ଏଠାରେ ସକାଳ ସାତଟା ସୁଦ୍ଧା ପହଂଚି ଯାଆନ୍ତି । ସମସ୍ତଙ୍କ ହାତରେ ମଧ୍ୟାହ୍ନ ଖାଇବା ଟିଫିନ ସହ, କିଛି କିଛି ନିର୍ମାଣ ସାମଗ୍ରୀ ଥାଏ । କାହା ହାତରେ ଝୁଡ଼ି, କୋଡ଼ି, ଶାବଳ ରହିଥାଏ ସେ ମାଟି କାମ କରି ପାରିବ ବୋଲି ବୁଝାପଡ଼େ । ସେହିଭଳି ନିର୍ମାଣ ସାମଗ୍ରୀ ଧରିଥିବା ଲୋକ ଶ୍ରମିକ ନତୁବା କାଠ କାରିଗର ବୋଲି ଜଣାପଡ଼େ । ସବୁଦିନ ସକାଳୁ ଏହି ସ୍ଥାନରେ ଶ୍ରମିକ, ରାଜମିସ୍ତ୍ରୀ, ହେଲପର, କାଠ କାରିଗରଙ୍କ ଠାରୁ ଆରମ୍ଭ କରି ଅନେକ ନିର୍ମାଣ ଶ୍ରମିକ ଏବଂ କୁଶଳୀ କାରିଗର ରୁଣ୍ଡ ହୁଅନ୍ତି । କେଉଁ ବାବୁଙ୍କର ଅଥବା ଠିକାଦାରଙ୍କର କାମ ହେବ ସେମାନେ ଏଠାକୁ ଆସି ଶ୍ରମିକଙ୍କ ସହ ମୂଲଚାଲ କରିବା ସହ କାମକୁ ନେଇଥାନ୍ତି । ପ୍ରତ୍ୟେକ ଦିନ ସକାଳୁ ଏଠାରେ ଏବେ ନୂଆ ମୁହଁ ଦେଖିବାକୁ ମିଳୁଛି । ଯେଉଁମାନେ ଗାଁରେ ଚାଷ କାର୍ଯ୍ୟ କରୁଥିଲେ ଅଥବା ଚାଷ କାର୍ଯ୍ୟରେ ଶ୍ରମଦାନ କରୁଥିଲେ ସେମାନେ ଏବେ କାମ ନଥିବାରୁ ମଣିଷହାଟରେ ପହଂଚୁଛନ୍ତି । ସକାଳ ସାତଟାରୁ ଏହି ମଣିଷହାଟ ଆରମ୍ଭ ହୋଇ ଦିନ ଦଶଟା ଯାଏଁ ଚାଲୁଛି । ଯାହାକୁ ଦିନ ଦଶଟା ଭିତରେ କାମ ମିଳିଲା ସେ ଦିନତମାମ କାମ କରି ହାତରେ ଦି ପଇସା ନେଇ ଘରକୁ ଫେରୁଛି । ମାତ୍ର ଯେଉଁମାନଙ୍କୁ ମଣିଷହାଟରେ କାମ ମିଳିଲା ନାହିଁ ସେ ମନଦୁଃଖରେ ଦଶଟା ପରେ ଘରକୁ ଫେରୁଛି । ନୟାଗଡ଼ରେ ଯଦି ଶିଳ୍ପ ସୃଷ୍ଟି ହୋଇପାରନ୍ତା ତେବେ ପେଟ ପାଇଁ ଆମକୁ ରାସ୍ତାକଡ଼ରେ ଛିଡ଼ା ହେବାକୁ ପଡ଼ନ୍ତା ନାହିଁ ବୋଲି ଅନ୍ୟ ଜଣେ କହିଛନ୍ତି । ଅନ୍ୟପକ୍ଷେ, ଏହି ଶ୍ରମିକମାନଙ୍କୁ ଅନେକ ସମୟରେ ହଇରାଣ କରାଯାଉଥିବା ନେଇ ଅଭିଯୋଗ ମଧ୍ୟ ଆସୁଛି । କୋଭିଡ୍ କଟକଣା ନାମରେ କିଛି ପୁଲିସ ସେମାନଙ୍କୁ ବାରମ୍ବାର ନାଲି ଆଖି ଦେଖାଉଥିବା ନେଇ ଶ୍ରମିକମାନେ ମତ ଦେଉଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!