ନୟାଗଡ଼, (ବାଘୁଆବାର୍ତ୍ତା): ଆମ୍ବ ଗୋଟାଉ ଥିବା ବେଳେ ଏହାକୁ ବିରୋଧ କରି ଦୁଇଟି ପରିବାର ପରିବାର ଭିତରେ ଗଣ୍ଡଗୋଳ ଲାଗି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନାନୁସାରେ, ଖଣ୍ଡପଡ଼ା ଥାନା ଅନ୍ତର୍ଗତ କିଆଝର ଗାଁର ନିତ୍ୟାନନ୍ଦ ସାମଲ ଗାଁ ନିକଟସ୍ଥ ଆମ୍ବ ତୋଟାରୁ ଆମ୍ବ ଗୋଟାଉଥିବା ବେଳେ ସବିତା ବେହେରା ଏହାକୁ ବାରଣ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଆମ୍ବ ଗୋଟାକୁ ନେଇ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେବାରୁ ଉଭୟ ଗାଁକୁ ଆସି ଉଭୟ ପରିବାର ପରିବାର ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ଲାଗିବା ସହିତ ହାତାହାତି ହୋଇଥିଲେ । ଯାହାକୁ ନେଇ ନିତ୍ୟାନନ୍ଦ ସାମଲ ଖଣ୍ଡପଡ଼ା ଥାନାରେ ଅଭଯୋଗ କରିଥିବା ବେଳେ ଏହାକୁ କାଉଣ୍ଟର କରିବା ପାଇଁ ଆନନ୍ଦ ବେହେରାଙ୍କ ସ୍ତ୍ରୀ ବାସନ୍ତୀ ବେହେରା ଥାନାରେ ପହଞ୍ଚି କାଉଣ୍ଟର ଅଭିଯୋଗ କରିଛନ୍ତି । ତେବେ ଖଣ୍ଡପଡ଼ା ପୁଲିସ୍ ଉଭୟଙ୍କ ଅଭିଯୋଗକୁ ଭିତି କରି ଥାନାରେ କେସ୍ ନଂ- ୯୨/୨୧ ଓ ୯୩/୨୧ରେ ଦୁଇଟି ମାମଲା ଋଜୁ ହୋଇଥିବା ନେଇ ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ସୂଚନା ଦେଇଛନ୍ତି ।





