ଅନୁଗୁଳ (ବାଘୁଆବାର୍ତ୍ତା): ଆରମ୍ଭ ହେଲା ମ୍ୟାଙ୍ଗୋ ଅନ ହ୍ୱିଲ କାର୍ୟ୍ୟକ୍ରମ । ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ କଲା ମ୍ୟାଙ୍ଗୋ ଅନ ହ୍ୱିଲ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମ ଆଜିଠାରୁ ଜୁନ୍ ୧୫ ତାରିଖ ଚାଲିବ । ଭଳିକି ଭଳି ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ପହଂଚାଇବ ପ୍ରଶାସନ । ଲକଡାଉନ ଯୋଗୁଁ ଲୋକେ ଗୃହ ବନ୍ଦୀ ହୋଇଥିବାରୁ ତଥା କୋଭିଡ ସଂକ୍ରମଣ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ଘର ପାଖକୁ ଯାଇ ଏହି ଗାଡି ଗୁଡିକ ପହଁଚିବ । ଲୋକେ ନିଜ ଘର ଦୁଆରେ ମନ ମୁତାବକ ସୁଆଦିଆ ଆମ୍ଭ କିଣିବାର ସୁଯୋଗ ପାଇବେ । ଯଦି ବେଶୀ ଆମ୍ୱ ଦରକାର ତେବେ ଆପଣ ଆଗୁଆ ଆଡ଼ଭାନ୍ସ କରି କଲ୍ କଲେ ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଯିବାର ଲକ୍ଷ୍ୟ ରହିଛି । ଏପରି ବ୍ୟବସ୍ଥା ହେତୁ ଉଭୟ ଆମ୍ଭ ଚାଷୀ ଏବଂ ବ୍ୟବସାୟୀ ବେଶ ଲାଭବାନ ହେବେ । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲାପ୍ରଶାସନର ପିଡି, ଡିଆରଡିଏ ଅନଗୁଳ ଏହି ମ୍ୟାଙ୍ଗୋ ଅନ ହ୍ୱିଲ କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି ।






