ଓଡ଼ଗାଁ(ବାଘୁଆବାର୍ତ୍ତା): ସ୍ଥାନୀୟ ରାମସାଗର ପାର୍କ ନିକଟ କଲ୍ୟାଣିମଣ୍ଡପ ଠାରେ ନିଖିଳ ଉତ୍କଳ ଓଡିଶୀ ସଂକୀର୍ତ୍ତନ ଏବଂ ସଂସ୍କୃତି,କଳା ପରିଷଦ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଲଡୁବାବା ଏବଂ ରଘୁନାଥ ଜୀଉ ସଂଘ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି ।
ଆଜିର ବୈଠକରେ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ସଂଘର ସଭାପତି ଏବଂ ସମ୍ପାଦକଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ଓଡ଼ଗାଁ ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ କବିତା କୁମାରୀ ପ୍ରଧାନ ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ତାଙ୍କ ଅଭିଭାଷଣରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ନିଖୁଣ କଳାକାର ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସଦାସର୍ବଦା କଳାକୁ ଭଲ ପାଇବା ସଙ୍ଗେସଙ୍ଗେ କଳାକାରଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି ବୋଲି କହିଥିଲେ ।ଆଗାମୀ ଦିନରେ ଜଣେ ବି ଯୋଗ୍ୟ କଳାକାର ଯେପରି କଳାକାର ଭତ୍ତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେ ବିଷୟରେ ପ୍ରାଧାନ୍ୟ ଦିଆଯିବ ବୋଲି କହିଥିଲେ ।ବ୍ଲକ କଳା ଏବଂ ସଂସ୍କୃତି ସଂଘ ତରଫରୁ ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ସଦସ୍ୟ କଳାକାର ଭତ୍ତା ପାଉଛନ୍ତି ।ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ହୋଇଥିଲେ ।





