ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଉପରେ କୁଣ୍ଡା ବସ୍ତା, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଆଇଚର ଟ୍ରକ୍ ସହ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଟ୍ରକ୍କୁ ଏସକର୍ଟ କରୁଥିବା ପଲସର ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଗଜପତି ଜିଲ୍ଲା ସିକୁଳିପଦର ଅଞ୍ଚଳର ପ୍ରମୋଦ କୁମାର ବେହେରା ଓ ଖୋର୍ଦ୍ଧା ଟାଙ୍ଗି ଥାନା ଅଞ୍ଚଳର ପ୍ରଭାତ ମୁଦୁଲି । ବ୍ରହ୍ମପୁରରୁ ପୁରୀକୁ ଗଞ୍ଜେଇ ଚାଲାଣ ହେଉଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।





