Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧା ଜେଲ୍‌ରେ ମାନବବାଦ ସଂଗଠନ ମୁଖିଆ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ରାତ୍ରି ଭୋଜନରେ ଖାଇଲେ ରୁଟି ଏବଂ ତରକାରୀ

by ସଞ୍ଜୟ ସ୍ୱାଇଁ
September 3, 2021
in Crime, State
ଖୋର୍ଦ୍ଧା ଜେଲ୍‌ରେ ମାନବବାଦ ସଂଗଠନ ମୁଖିଆ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ରାତ୍ରି ଭୋଜନରେ ଖାଇଲେ  ରୁଟି ଏବଂ ତରକାରୀ
109
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ଘଟିଛି ଅନ୍ତ । ଏହି ସଂଗଠନର ମୁଖିଆ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଦାସ ଗିରଫ ହୋଇଛନ୍ତି । ଗିରଫ ହେବା ପରେ ଗୁରୁବାର ବିଳମ୍ବିତ ରାତିରେ ଉଭୟଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଛି । ଯେହେତୁ ରାତ୍ରି ଭୋଜନ ପରେ ଜେଲକୁ ଗଲେ ତାଙ୍କ ପାଇଁ ୨୩୨ ଗ୍ରାମ ଚୁଡା ଓ ୫୮ ଗ୍ରାମ ଗୁଡର ବ୍ୟବସ୍ଥା ଥାଏ । ମାତ୍ର ଗତକାଲି ରୁଟି ଏବଂ ତରକାରୀ ବଳିଥିବାରୁ ଏହାକୁ ଖାଇ ରାତି କଟାଇଥିଲେ ବାପ-ପୁଅ । ସେହିପରି ଶୁକ୍ରବାର ସକାଳୁ ସେମାନଙ୍କୁ ଚା’ ଓ ଜଳଖିଆ ଦିଆଯାଇଛି । ସେମାନଙ୍କୁ ଜେଲର ଦୁଇ ନମ୍ବର ସ୍ବତନ୍ତ୍ର ଓ୍ବାର୍ଡରେ ୧୪ଦିନ ପାଇଁ ରଖାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ପୋଲିସ ବାପ-ପୁଅଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି । ଅନ୍ୟପଟେ ମାନସ ଦାସଙ୍କ ସମର୍ଥକ ଏସ୍‌ପି ଅଫିସ୍ ଆସି ବିରୋଧ କରିବାର ସମ୍ଭାବନା ରହିଛି । ଗୁରୁବାର ମଧ୍ୟ ମାନସ ଦାସ ଓ ତାଙ୍କ ପୁଅ ଗିରଫ ହେବା ପରେ ସନ୍ଧ୍ୟାରେ ଏସ୍‌ପି ଅଫିସରେ ରୁଣ୍ଡ ହୋଇଥିଲେ ତାଙ୍କ ସମର୍ଥକ । ସୁରକ୍ଷା ଦୃଷ୍ଟିରୁ ଏସ୍‌ପି ଅଫିସରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!