ସାଲେପୁର, (ବାଘୁଆବାର୍ତ୍ତା): ସରକାରୀ କାଡା କେନାଲକୁ ନଳକୂଅ ପାଣି ଛାଡ଼ିବାକୁ କେନ୍ଦ୍ରକରି ଦାଦା ଓ ପୁତୁରାକୁ ହାଣିଲା ପଡ଼ୋଶୀ। କଟକ ଜିଲ୍ଲା ସାଲେପୁର ଥାନା ବାରିଗୋଳ ଗାଁରେ ଏଭଳି ଘଟଣା ଘଟିଛି। ପଡୋଶୀଙ୍କ ଫାର୍ସା ଚୋଟରେ ଉଭୟ ଦାଦା ମାୟାଧର ସାମଲ ଓ ପୁତୁରା ସୁରେଶ ଚନ୍ଦ୍ର ସାମଲ ଗୁରୁତର ହୋଇଛନ୍ତି। ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆକ୍ରମଣକାରୀ ପଡୋଶୀଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତର ଦାଦା-ପୁତୁରା ଦାବି କରିଛନ୍ତି।





