Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମତା ଆହତ ହେବା ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ

by ସଞ୍ଜୟ ସ୍ୱାଇଁ
March 11, 2021
in Feature News
ମମତା ଆହତ ହେବା ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ
283
VIEWS
Share on FacebookShare on Twitter

କୋଲକାତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଏମସି ଦାବି କରିଛି । ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୂରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ବିଜେପି କହିଛି ଯେ ମମତାଙ୍କ ଉପରେ ଆକ୍ରମଣ ଘଟଣା ସନ୍ଦେହପୂର୍ଣ୍ଣ ଏବଂ ଭୋଟରଙ୍କ ସହାନୁଭୁତି ସାଉଁଟିବାକୁ ଏହା ସୁଚିନ୍ତିତ ରଣନୀତି ହୋଇଥାଇ ପାରେ।

ସେପଟେ, ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେ ମମତାଙ୍କ ଗୋଡରେ ଆହତ ଲାଗିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ଗତକାଲି ଆହତ ହେବା ପରେ ତୁରନ୍ତ ତାଙ୍କୁ କୋଲକତା ଅଣାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏପଟେ ନନ୍ଦିଗ୍ରାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଛାନଭିନ୍ କରାଯାଉଛି । ଘଟଣା ଘଟିଥିବା ସ୍ଥାନରେ ଥିବା ଏକ  ମିଠା ଦୋକାନୀଙ୍କୁ ଏ ସଂକ୍ରାନ୍ତରେୀ ପଚରା ଉଚରା କରିଛନ୍ତି ପୂର୍ବ ନନ୍ଦିଗ୍ରାମ ଜିଲ୍ଲାପାଳ ବିଭୁ ଗୋୟଲ । ମିଠା ଦୋକାନର ମାଲିକ ନିମାଇ ମାଇତିଙ୍କ କହିବା ଅନୁସାରେ ଗତକାଲି ବିରୁଲିଆ ବଜାରରେ ମମତା ବାନାର୍ଜୀ ଗୋଟିଏ ମନ୍ଦିରରୁ ଅନ୍ୟ ଏକ ମନ୍ଦିରକୁ ଯାଉଥିଲେ । ରାସ୍ତାର ଏକ ମୋଡରେ କାର ଦ୍ୱାର ଅଳ୍ପ ଖୋଲି ବାହାରକୁ ବାହାରି ମମତା ହାତ ହଲାଉଥିଲେ । ଏହି ସମୟରେ କିଛି ଲୋକ ଦୌଡିଯିବାରୁ କାରର ଡୋର ମମତାଙ୍କ ଗୋଡରେ ବାଡେଇ ହୋଇଥିବା କହିଛନ୍ତି ନିମାଇଁ ମାଇତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!