Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମତା : ‘ଜୋ ଡର ଗୟା, ୱ ମର ଗୟା’

by ସଞ୍ଜୟ ସ୍ୱାଇଁ
June 1, 2021
in NATIONAL NEWS
ପଶ୍ଚିମବଙ୍ଗରେ ଡିଜିପି ଓ ଏଡିଜିଙ୍କ ବଦଳି
300
VIEWS
Share on FacebookShare on Twitter

କୋଲକାତା,(ବାଘୁଆବାର୍ତ୍ତା): ‘ଜୋ ଡର ଗୟା, ୱ ମର ଗୟା’ । ୭୦ ଦଶକରେ ବ୍ଲକବଷ୍ଟର ମୁଭି ‘ସୋଲେ’ର ଏହି ଡାଏଲଗ ଖୁବ ଚର୍ଚ୍ଚିତ । ହେଲେ ରାଜନୈତିକ ଟିକା ଟିପ୍ପଣୀରେ ‘ସୋଲେ’ ଫିଲ୍ମ ଡାଏଲଗର ପ୍ରୟୋଗ ନିଶ୍ଚୟ ନୂଆ । ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ମମତା ବାନାର୍ଜୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏହି ପପୁଲାର ଡାଏଲଗ । ମମତା କହିଛନ୍ତି- ଜୋ ଡରତା ହେ, ୱ ମରତା ହେ । ଜୋ ଲଢତା ହେ ୱ ଜିତତା ହେ । ତେଣୁ ସେ ଲଢେଇ କରିବେ । ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଯାଇଥିଲେ । ମୋଦୀଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଳମ୍ବରେ ଆସିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ତେଣୁ ଦିଲ୍ଲୀ ଫେରିଯିବା ପରେ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି ହେଲା । କିନ୍ତୁ ଦିଲ୍ଲୀର ନିର୍ଦ୍ଦେଶକୁ ଗ୍ରହଣ କରିନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟ ସଚିବ । ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶକୁ ମାନିନାହାନ୍ତି ।ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ଆଲାପନ ବନ୍ଦୋପାଧ୍ୟାୟ ଅବସର ନେଇଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଆଗାମୀ ୩ ବର୍ଷ ପାଇଁ ପୁଣି ନିଯୁକ୍ତି ଦେଇଛନ୍ତି ମମତା ବାନାର୍ଜୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!