ବାଲିଗୁଡ଼ା, (ବାଘୁଆବାର୍ତ୍ତା): କ.ନୁଆଗାଁ ଥାନା କୁଡ଼ୁତୁଲିରେ ଚାଞ୍ଚଲ୍ୟକର ଘଟଣା । ଏଏନ୍ଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା। ଏଏନ୍ଏମ କ୍ୱାର୍ଟର ଭିତରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। ଗୁରୁତର ଅବସ୍ଥାରେ ଏଏନ୍ଏମ୍ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା କରିଥିବା ପୁରୁଷ ବନ୍ଧୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୁଲିସ। ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତକ ଭୁବନେଶ୍ଵର ବନମାଳୀପୁର ଅଞ୍ଚଳର ଜଗନ୍ନାଥ ବେହେରା ହୋଇଥିବା ସୂଚନା ମିଳିଛି ।





