ନୟାଗଡ଼, (ବାଘୁଆବାର୍ତ୍ତା): ନୂଆଗାଁ ପୁଲିସକୁ ମିଳିଛି ବଡ଼ ସଫଳତା । ଗତକାଲି ୩୦୦ବୋଲତ କୋରେକ୍ସ ଜବତ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ୩ଜଣ ଚୋରା ମଦ ବ୍ୟବସାୟୀଙ୍କୁ ୩ଟି ସ୍ଥାନରୁ ଗିରଫ୍ କରିଛି ନୂଆଗାଁ ପୁଲିସ୍ । ସୂଚନାନୁସାରେ, ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ପୁରୁଣା ସହରର ସୋମନାଥ ମହାନ୍ତି ନୂଆଗାଁ ଅଞ୍ଚଳରୁ ଦେଶୀ ମଦ ନେଇ ଆସୁଥିବା ବେଳେ ପୁଲିସ୍ ପିଛାକରି ସଂପଡା ଜଙ୍ଗଲ ନିକଟରେ ଅଟକାଇ ୬ଲିଟର ଦେଶୀ ମଦ ଓ ଏକ ମଟରସାଇକେଲ ଜବତ କରିଛି । ଥାନାରେ କେସ୍ ନଂ-୭୯/୨୦୨୧ରେ ମାମଲା ରୁଜୁକରି ସୋମନାଥକୁ ଗିରଫ୍ କରିବା ସହ ମଟରସାଇକେଲ ନଂ (ଓଡି୨୫ ଜେ ୨୭୦୮) ଜବତ କରିଥିବା ବେଳେ ଶିମିଳିସାହି ଗ୍ରାମର ଶିବରାମ ପରୀଡା ଖୁଣ୍ଟୁବନ୍ଧ-ଭିରୁଡା ରାସ୍ତାରେ ଦେଇ ଦେଶି ମହୁଲୀ ନେଇ ଚାଲି ଚାଲି ଯାଉଥିବା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଝାମ୍ଫ ମାରିଥିଲା । ଶିବାରମ ଠାରୁ ଦେଶୀ ମହୁଲୀ ୫ଲିଟର ଜବତ କରିବା ସହ ଥାନାରେ କେସ୍ ନଂ-୮୦/୨୦୨୧ରେ ମାମଲା ରୁଜୁକରି ଗିରଫ୍ କରିଛି । ସେହିଭଳି ଭିରୁଡା-ଖୁଣ୍ଟୁବନ୍ଧ ରାସ୍ତାରେ ଗୋଟିଏ ମଟର ସାଇକେଲରେ ଦେଶୀ ମହୁଲୀ ନେଇ ଯାଉଥିବାର ବିଶେଷ ସୁତ୍ରରୁ ଖବର ପାଇ ପୁଲିସ୍ ଗୋଡାଇ ଥିଲା ହେଲେ ମଟରସାଇକେଲ ଚାଳକ ମଦ ଧରିଥିବା ବ୍ୟକ୍ତିକୁ ଗାଡ଼ିରୁ ଓହ୍ଲାଇ ଦେଇ ଫେରାର ହୋଇଯାଇଥିଲା । ପୁଲିସକୁ ଦେଖି ଉକ୍ତ ବ୍ୟକ୍ତିଜଣକ ବିଲ ଭିତରକୁ ଦୌଡିଥିଲା । ପୁଲିସ୍ ପିଛାକରି ଉକ୍ତ ବ୍ୟକ୍ତି ଧରିଥିଲା । ଉକ୍ତ ବ୍ୟକ୍ତି ଠାରୁ ନୂଆଗାଁ ପୁଲିସ୍ ୧୫ଲିଟର ଦେଶୀ ମହୁଲୀ ଜବତ କରିବା ସହ ଥାନାରେ କେସ୍ ନଂ ୮୧/୨୦୨୧ରେ ମାମଲା ରୁଜୁ କରି ଗିରଫ୍ କରିଛି । ଗିରଫ୍ ହୋଇଥିବା ମଦ ବ୍ୟବସାୟୀ ଜଣକ ହେଲେ ବଳଭଦ୍ରପୁର ଗାଁର ବାବୁଲି ସେଠୀ । ଗିରଫ୍ ହୋଇଥିବା ବ୍ୟକ୍ତିମାନେ ଜଣେ ଜଣେ ଚୋରା ମଦ ବ୍ୟବସାୟୀ ବୋଲି ଜଣାପଡିଛି । ସେମାନଙ୍କୁ ଆଜି ଗିରଫ୍ କରାଯାଇଛି ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।





