Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହୁଲ ମାଫିଆଙ୍କ ଗୁଣ୍ଡାରାଜ୍

by ସଞ୍ଜୟ ସ୍ୱାଇଁ
April 9, 2025
in Crime, State
ମହୁଲ ମାଫିଆଙ୍କ ଗୁଣ୍ଡାରାଜ୍
14
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଉଦଳାରେ ମହୁଲ ମାଫିଆଙ୍କ ଗୁଣ୍ଡାରାଜ୍। ଫିଲ୍ମ ଷ୍ଟାଇଲରେ ରାସ୍ତାରେ ଅଟକାଇ ଛଡାଇ ନେଲେ ଜବତ ମହୁଲ ବୋଝେଇ ପିକଅପ। ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡିରେ ବସିଥିବା ମହିଳା ଅଧିକାରୀଙ୍କୁ ପିକଅପରେ ବସାଇ ଖସାଇ ନେଲେ ଜବତ ୧୬ କୁଇଣ୍ଟାଲ ମହୁଲ। ମହିଳା ସବଇନ୍ସପେକ୍ଟରଙ୍କୁ ଧମକାଇ ଅଧିକାରୀଙ୍କ ଉପସ୍ଥିତିରେ ଖସାଇ ନେଲେ ଜବତ ପିକଅପ। ଆଉ ଜଳକା ହୋଇ ଚାହିଁ ରହିଲେ ଅବକାରୀ ସବଇନ୍ସପେକ୍ଟର। କପ୍ତିପଦା ଥାନା ଜାରଡା ଗ୍ରାମରେ ଘଟିଛି ଏଭଳି ଘଟଣା। ବିପୁଳ ପରିମାଣର ମହୁଲ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ କପ୍ତିପଦାରେ ଚଢ଼ାଉ କରିଥିଲା ଉଦଳା ଅବକାରୀ ବିଭାଗ । କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି ଆଣୁଥିଲା । ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକଅପ ଜବତ କରିବା ପରେ ଡ୍ରାଇଭର ସହିତ ବସି ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ। ଜାରଡା ଛକ ନିକଟରେ ମହୁଲ ମାଫିଆ ବାବୁଲି ପ୍ରଧାନ ନିଜ ସହଯୋଗୀଙ୍କ ସହିତ ସେଠାରେ ପହଞ୍ଚି ବିଚ ରାସ୍ତାରେ ଜବତ ଗାଡିକୁ ଅଟକାଇଥିଲା। ଡ୍ରାଇଭରକୁ ମାଡ଼ ମାରି ଜବତ ଗାଡିକୁ ନିଜ ଘରକୁ ନେଇ ଯାଇଥିଲେ ମାଫିଆ। ଅଧିକାରୀଙ୍କ ସାମ୍ନାରେ ଜବତ ମହୁଲକୁ ଅନଲୋଡ଼ କରିବା ସହିତ ଜବତ ପିକଅପକୁ ଖସାଇ ଦେଇଥିଲା। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉପସ୍ଥିତିରେ ମାଫିଆ ଘରୁ ଜବତ ହୋଇଛି ୧୬ କୁଇଣ୍ଟାଲ ମହୁଲ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମାଫିଆ ଚମ୍ପଟ ମାରିଛି। ଜବତ ମହୁଲର ମୂଲ୍ୟ ୫୦ ହଜାର ଟଙ୍କା ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!