ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ଫାଣ୍ଡିଠାରୁ ଅନ୍ତର୍ଗତ ମହୀପୁର ଡାକ୍ତରଖାନା ଛକରୁ ୭ ଲିଟର ଦେଶୀ ମଦ ଜବତ କରାଯାଇଛି । ସୂଚନାନୁସାରେ, ବକଳବନ୍ଧ ଗ୍ରାମର ଭୀମ ବାରିକଙ୍କ ପୁଅ କୁଳମଣୀ ବାରିକ ମଦ ବିକ୍ରି କରିବାକୁ ଆଣୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି । ତାଙ୍କଠାରୁ ମଦ ଓ ବାଇକ ଜବତ କରାଯିବା ସହ କୁଳମଣୀଙ୍କୁ ଅଟକ ରଖା ଯାଇଥିବା ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି ।





