ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିବାହିତା ମହିଳା ନିଖୋଜ ହେଉଥିବା ନେଇ ଖବର ଆସୁଛି । ଗତକାଲି ଗଣିଆ ଅଂଚଳର ଜଣେ ମହିଳା ନିଖୋଜ ହୋଇଥିବା ନେଇ ଖବର ମିଳିଥିବା ବେଳେ ଆଜି ଓଡ଼ଗାଁ ଅଂଚଳର ଜଣେ ବିବାହିତା ମହିଳା ଗାଁର ଜଣେ ଯୁବକଙ୍କ ସହ ନିଖୋଜ ହୋଇଥିବା ଅଭିଯୋଗ ଆସିଛି । ସୂଚନାନୁସାରେ, ଓଡ଼ଗାଁ ଥାନା ଅନ୍ତର୍ଗତ ବାଣ୍ଠପୁର ନିକଟସ୍ଥ ନାଣ୍ଡିଗିରି ଗ୍ରାମର ରଂଜନ କୁମାର ଜାନୀଙ୍କ ପôତୀ ରୀନା ଜାନୀ ଉକ୍ତ ଗ୍ରାମର ବୁଧିରାମ ଜାନୀ ସହ କେଉଁଆଡ଼େ ନିଖୋଜ ହୋଇଥିବା ନେଇ ରଂଜନ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗର ଅନୁସନ୍ଧାନ ଚଳାଇଥିବା ବେଳେ ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷେ, ରୀନାଙ୍କର ମଧ୍ୟ ଏକ କନ୍ୟା ସନ୍ତାନ ରହିଥିବା ଜଣାଯାଇଛି ।






