Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜନୀତିରେ ନାରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣରେ ଗୁରୁତ୍ୱାରୋପ

by ସଞ୍ଜୟ ସ୍ୱାଇଁ
March 8, 2021
in Feature News
ରାଜନୀତିରେ ନାରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣରେ ଗୁରୁତ୍ୱାରୋପ
70
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକୁଲ୍ୟରେ “ନେତୃତ୍ୱ ଓ ରାଜନୈତିକ ଭାଗିଦାରୀତା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ତଥା ଓଡ଼ିଶା ଲେଖିକା ସଂଘର ଉପସଭାପତି ଡଃ ତମସାରାଣୀ ଦାସ ମହାପାତ୍ର ନାରୀ ସୁରକ୍ଷା ଓ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ଓ ପୁରୁଷ ଗୋଟିଏ ଶଗଡର ଦୁଇଟି ଚକ ସଦୃଶ । ଜଣେ ଅନ୍ୟ ଜଣଙ୍କର ଆବଶ୍ୟକ ଓ ପରସ୍ପର ପରିପୂରକ । ଶିକ୍ଷା, ଶକ୍ତି ଓ ସମ୍ପତି ପାଇଁ ଆମେ ଦେବୀଙ୍କୁ ପୂଜା କରୁଥିବା ବେଳେ ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ବିଫଳ ହେଉଛୁ । ଗୋଟିଏ ଦିନ ମହିଳା ଦିବସ ପାଳିଲେ ହେବ ନାହିଁ ବରଂ ଆମର ଉଚ୍ଚାରଣ ଓ ଆଚରଣରେ ନାରୀଙ୍କ ପ୍ରତି ସମ୍ମାନ ପ୍ରତିଫଳିତ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ଯୋଗ ଦେଇ ବରଗଡ ସ୍ଥିତ ବି.କେ. ଡିଗ୍ରୀ କଲେଜର ଅଧ୍ୟକ୍ଷା ଡଃ କ୍ଷୀରୋଦିନୀ ବେହେରା ରାଜନୀତିରେ ନାରୀ ମାନଙ୍କର ସକ୍ରିୟ ଅଂଶ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପଂଚାୟତ ସ୍ତରରୁ ଆରମ୍ଭକରି ସଂସଦ ପର୍ଯ୍ୟନ୍ତ ନାରୀ ମାନଙ୍କର ରାଜନୈତିକ ଭୂମିକା ପ୍ରଭାବଶାଳୀ ହେବା ଉଚିତ । ଅନେକ ସମୟରେ ନିର୍ବାଚିତ ମହିଳା ସରପଂଚ ମାନଙ୍କର କ୍ଷମତା ସେମାନଙ୍କର ସ୍ୱାମୀ କିମ୍ବା ଦିଅର ତୁଲାଉଥିବା ବେଳେ ବିଭିନ୍ନ ନିଷ୍ପତି ପ୍ରକ୍ରିୟାରେ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, ପୁରୁଷଙ୍କ ତୁଳନାରେ ସ୍ତ୍ରୀ ମାନଙ୍କର ସହନଶୀଳତା, ଧୈର୍ଯ୍ୟ, ଦୂରଦୃଷ୍ଟି, ସ୍ନେହ, ଶ୍ରଦ୍ଧା ଓ ତ୍ୟାଗ ଶକ୍ତି ଅଧିକ । ତେବେ ମହିଳା ଦିବସରେ ପୁରୁଷକୁ ରାକ୍ଷସ ଓ ସ୍ତ୍ରୀକୁ ପରୀ ଭାବେ ଚିତ୍ରିତ କରିବାର ମାନସିକତାରୁ ଉଦ୍ଧ୍ୱର୍କୁ ଉଠି ସ୍ତ୍ରୀ-ପୁରୁଷ ପରିବାରରେ ଓ ସମାଜରେ କିଭଳି ଶାନ୍ତି ଓ ଆନନ୍ଦରେ ରହିବେ ସେ ସଂପର୍କରେ ମହିଳା ସଂଗଠନ ମାନେ ଅଧିକ ଗବେଷଣା କରନ୍ତୁ ବୋଲି ସେ ଉପଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଓ ସମାଜ ସେବା ବିଭାଗର ମୁଖ୍ୟ ଡଃ ଗାୟତ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ସମାଜସେବା ବିଭାଗର ପ୍ରଧ୍ୟାପକ ତଥା ଜାତୀୟ ସେବା ଯୋଜନାର ସଂଯୋଜକ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!