ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୦୮ ତମ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଅଛି। ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡା. ପୋମା ଟୁଡୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗଣିଆ ଉନ୍ନୟନ ପରିଷଦର ସଭାପତି ଉଷା ପଟ୍ଟନାୟକ ଓ ନୟାଗଡ କଳା ପରିଷଦର ପରିଚାଳିକ ପ୍ରଭାସିନୀ ନନ୍ଦ ଉପସ୍ଥିତ ଥିଲେ। ଏହା ବ୍ୟତିତ ଜିଲ୍ଲାର ଆଠ ଗୋଟି ପ୍ରକଳ୍ପର ସିଡ଼ିପିଓ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟ। ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଭୁଲେଶ୍ଵର କଁହର ମଞ୍ଚାସୀନ ସମସ୍ତ ଅତିଥି ତଥା ଉପସ୍ଥିତ ସମସ୍ତ ଯୋଗଦାନକାରୀଙ୍କୁ ସ୍ଵାଗତ ଭାଷଣ ଦେଇ କାର୍ୟ୍ୟକ୍ରମକୁ ଆରମ୍ଭ କରିଥିଲେ। କିପରି ମହିଳା ଓ ଶିଶୁ କଲ୍ୟାଣ ଓ ମିଶନଶକ୍ତି ବିଭାଗର ମହିଳାମାନେ ମହାମାରୀ ସମୟରେ ନିଜର ଦକ୍ଷତା ପ୍ରତିପାଦନ କରି ଭବିଷ୍ୟତର ସମାଜରେ ନିଜର ସମାନତାକୁ ସୁଦୃଢ କରିପାରିଛନ୍ତି ତାହା ଉପରେ ବିଷଦ ଭାବେ ବର୍ଣନା କରିଥିଲେ। ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ରେଣୁବାଳା ନନ୍ଦ, ସିଡ଼ିପିଓ, ଭାପୁର ପ୍ରକଳ୍ପ, ଶ୍ରୀମତୀ ପ୍ରମିଳା ପରିଡା, ପରିଦର୍ଶିକା, ଗଣିଆ ପ୍ରକଳ୍ପ, ଶ୍ରୀମତୀ ଦୀପ।ଞ୍ଜଳି ସାହୁ, ଅଙ୍ଗନବାଡି କର୍ମୀ, ଖୁଣ୍ଟୁବନ୍ଧ, ଅଙ୍ଗନବାଡି କେନ୍ଦ୍ର, ନୟାଗଡ, ବାଲ୍ୟବିବାହକୁ ପ୍ରତ୍ୟାଖାନ ଓ ବିରୋଧ କରିଥିବା କିଶୋରୀ ବାଳିକା କୁମାରୀ ଦୀପା ସାହୁ, ଦଶପଲ୍ଲାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହ ମିଶନଶକ୍ତି ବିଭାଗ ତରଫରୁ ଭାପୁର, ଗଣିଆ ଓ ନୟାଗଡ ପ୍ରକଳ୍ପର ୩ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କାର୍ୟ୍ୟକ୍ରମକୁ ସାଙ୍ଗ କରିଥିଲେ।





