Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟାନ୍ତର କଲେ ଏସ୍‌ପି

by ସଞ୍ଜୟ ସ୍ୱାଇଁ
April 1, 2020
in Nayagarh, Society, State
ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟାନ୍ତର କଲେ ଏସ୍‌ପି
22
VIEWS
Share on FacebookShare on Twitter

ଲକ୍ ଡାଉନ୍ ସମୟରେ ସାମ୍ବାଦିକଙ୍କୁ ଲାଠିପାହାର ଘଟଣା : ଏସ୍‌ପିଙ୍କୁ ଭେଟିଲା ସାମ୍ବାଦିକ ସଂଘ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଲକ୍ ଡାଉନ୍ ବେଳେ ପୂର୍ବ ରାଗ ଶୁଝାଇବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଳ ଦେଖାଇ ଲାଠି ପାହାର ଦେବା ଘଟଣାରେ ଆଜି ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିୱାକର ସଂପୃକ୍ତ ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟାନ୍ତର କରିଛନ୍ତି । ଏଥିସହିତ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ମହିଳା କନେଷ୍ଟବଳଙ୍କ ନାମ ସୁମିତ୍ରା ଗୁରୁ ବୋଲି ଜଣାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନିତିଦିନ ଜିଲ୍ଲା ପ୍ରତିନିଧିଙ୍କୁ ସୋମବାର ସକାଳ ୮ ଘଟିକା ସମୟରେ ନିଜ ଗ୍ରାମରୁ ନୟାଗଡ଼ ସହରକୁ ଖବର ସଂଗ୍ରହ ପାଇଁ ଆସୁଥିବା ବେଳେ ସଦରଥାନା ପୁଲିସ୍ ତାଙ୍କୁ ବାରବାଟି ଛକରେ ଅଟକାଇଥିଲେ । ପରିଚୟ ଦେବା ପରେ ମଧ୍ୟ ତାଙ୍କୁ ମହିଳା କନେଷ୍ଟବଳ ଜଣଙ୍କ ମାଡ଼ ମାରିଥିଲେ । ଯାହାକୁ ନେଇ ଥାନା ଅଧିକାରୀଙ୍କ ପ୍ରରୋଚନାରେ ତଳିଆ କର୍ମଚାରୀମାନେ ଜାଣିଶୁଣି ଆକ୍ରମଣ କରିଥିବା ନେଇ ଶ୍ରୀଯୁକ୍ତ ପଣ୍ଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଆଜି ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ଏକ ଆଲୋଚନା ହୋଇଥିଲା । ସାମାଜିକ ଦୂରତା ଅବଲମ୍ବନ କରି ହୋଇଥିବା ଏହି ଆଲୋଚନାରେ ଏସ୍‌ପିଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୁଲିସ୍ ଲକ୍ ଡାଉନ୍‌ରେ ଫାଇଦା ମାରି ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଥିଲା । ପରେ ସମସ୍ତ ସାମ୍ବାଦିକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଏକ ପ୍ରତିନିଧି ମଣ୍ଡଳୀ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ରାମକୃଷ୍ଣ ରଥ, ଲୋକନାଥ ମିଶ୍ର, ରିତେନ୍ଦ୍ର ଛାଟୋଇ ରହିଥିବା ବେଳେ ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅସମ୍ମାନର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଆଲୋଚନା ବେଳେ ସଂପୃକ୍ତ ମହିଳା କନେଷ୍ଟବଳଙ୍କୁ ଆଜିଠାରୁ କାର୍ଯ୍ୟାନ୍ତର କରାଯାଇଥିବା ନେଇ ଏସ୍‌ପି ସୂଚନା ଦେବା ସହ ଯଥାଶ୍ରୀଘ୍ର ତଦନ୍ତ କରଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ମହିଳା କନେଷ୍ଟବଳଙ୍କ ନାମ ସୁମିତ୍ରା ଗୁରୁ ବୋଲି ଜଣାଯାଇଛି । ଏଥି ସହିତ ଆଜି ବସଷ୍ଟାଣ୍ଡ ପରିସରରେ ହୋଇଥିବା ଆଲୋଚନାରେ ସଂଜୟ କୁମାର ସ୍ୱାଇଁ, ପ୍ରଶାନ୍ତ ଜେନା, ଶ୍ରୀକ୍ତାନ୍ତ ଖଟେଇ, ନବ କିଶୋର ମିଶ୍ର, ସୁରେନ୍ଦ୍ର ପ୍ରଧାନ, ଅଶୋକ ସାଥୁଆ, କିଶୋର ମହାପାତ୍ର, କ୍ଷୀରୋଦ ପଟ୍ଟନାୟକ, ବିଶ୍ୱଜିତ୍ ନାୟକ, ଯଜାତୀ କେଶରୀ, ପ୍ରଭାତ ମହାପାତ୍ର, ନିର୍ମଳ ଶୂରଦେଓ, ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!