ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ମେଳାମ୍ବ ଗ୍ରାମରେ ମହାବୀର କ୍ରିକେଟ୍ କ୍ଲବ ପକ୍ଷରୁ ୧୫ଓଭର ବିଶିଷ୍ଟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଶନିବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ବୋଦସା କ୍ରିକେଟ୍ କ୍ଲବ ଓ ଭଗବାନ କ୍ରିକେଟ୍ କ୍ଲବ୍ ମଧ୍ୟରେ ମୁହାଁମୁହି ହୋଇଥିଲେ । ପ୍ରଥମ ସେମିଫାଇନାଲ ମ୍ୟାଚକୁ ନୟାଗଡ଼ ବ୍ଲକର ବିଜେଡ଼ି ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା ମୁଖ୍ୟ ଅତିଥି ଓ ବାଲୁଗାଁ ଗ୍ରାମପଞ୍ଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ରାଜକିଶୋର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରି ପ୍ରଥମ ସେମିଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ସେମିଫାଇନାଲର ପ୍ରଥମ ଦିବସରେ ବୋଦସା କ୍ରିକେଟ୍ କ୍ଲବ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ବୋଦସା କ୍ରିକେଟ୍ କ୍ଲବର ଖେଳାଳୀମାନେ ନିର୍ଦ୍ଧାରିତ ୧୫ ଓଭରରେ ମୂଲ୍ୟବାନ୍ ୬ଟି ୱିକେଟ୍ ହରାଇ ୧୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ଭଗବାନପୁର କ୍ରିକେଟ୍ କ୍ଲବ ଖେଳାଳୀମାନେ ୧୬୩ରନର ବିଜୟ ଲକ୍ଷ ନେଇ ପଡିଆ ଭିତରକୁ ବ୍ୟାଟିଂ କରିବାକୁ ପ୍ରବେଶ କରିଥିଲେ । ତେବେ ନିର୍ଦ୍ଧାରିତ ୧୫ଓଭରରେ ଦଳର ମୂଲ୍ୟାବନ ୭ଟି ୱିକେଟ୍ ହରାଇ ୧୩୦ରନ୍ କରି ବୋଦସା କ୍ରିକେଟ୍ କ୍ଲବ୍ ଠାରୁ ୩୨ରନରେ ପରାଜୟ ହୋଇଥିଲା । ପ୍ରଥମ ସେମିଫାଇନାଲରେ ବୋଦସା କ୍ରିକେଟ୍ କ୍ଲବ ଭଗବାନପୁର କ୍ରିକେଟ୍ କ୍ଲବକୁ ୩୨ ରନରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚକୁ ଦୁଇ ବରିଷ୍ଠ ଅମ୍ପାୟାର ବିଶ୍ୱଜିତ୍ ନାୟକ ଓ ଦେବାଶିଷ ପାଇକରାୟ ପରିଚାଳନା କରିଥିବା ବେଳେ ମହାବୀର କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।






