Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ

by ସଞ୍ଜୟ ସ୍ୱାଇଁ
August 14, 2021
in NATIONAL NEWS, WORLD
ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ
241
VIEWS
Share on FacebookShare on Twitter

ୱାଶିଂଟନ, (ବାଘୁଆବାର୍ତ୍ତା): ଜାତିରପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିବାକୁ ଏକ ପ୍ରସ୍ତାବ ହାଉସ ଅଫ ରିପ୍ରେଜନଟେଟିଭ ବା ପ୍ରତିନିଧି ସଭାରେ ଆଗତ କରାଯାଇଛି। ନ୍ୟୁୟର୍କର ଜଣେ ସାଂସଦ ଏପରି ପ୍ରସ୍ତାବ ଆଗତ କରିଛନ୍ତି। ଗାନ୍ଧିଜୀ ସାରା ଜୀବନ ଶାନ୍ତି ଓ ଅହିଂସା ଉପରେ କାମ କରୁଥିବାରୁ ତାଙ୍କୁ ଆମେରିକା ସର୍ବୋଚ୍ଚ ବେସାମରିକ ସମ୍ମାନ Congressional Gold Medalରେ ସମ୍ମାନିତ କରିବାକୁ ସାଂସଦ ଜଣଙ୍କ ପ୍ରସ୍ତାବ ରଖିଛନ୍ତି। ଆମେରିକାର ପ୍ରତିନିଧି ସଭାରେ ନ୍ୟୁୟର୍କର କଂଗ୍ରେସ ସଦସ୍ୟ କାରୋଲିନ ବି ମେଲୋନି ପ୍ରସ୍ତାବ ଆଗତ କରି କହିଛନ୍ତି, “ମହାତ୍ମା ଗାନ୍ଧିଙ୍କ ଐତିହାସିକ ସତ୍ୟାଗ୍ରହ ଗୋଟିଏ ଦେଶ ଓ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇଛି। ତାଙ୍କର ଏହି ପଦକ୍ଷେପ ଆମକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିବାକୁ ପ୍ରେରଣା ଯୋଗାଇ ଥାଏ। ଜାତିଗତ ସମାନତା ପାଇଁ ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କ ଅଭିଯାନ ହେଉ କିମ୍ବା ନେଲସନ ମଣ୍ଡେଲାଙ୍କ ବର୍ଣ୍ଣବୈଷମ୍ୟ ଲଢ଼େଇ ହେଉ, ସାରା ବିଶ୍ୱ ଗାନ୍ଧିଙ୍କ ଠାରୁ ପ୍ରେରଣା ପାଇଛି। ଜଣେ ସରକାରୀ କର୍ମଚାରୀ ହିସାବରେ ମୁଁ ସବୁଦିନ ଗାନ୍ଧିଙ୍କ କାମରୁ ପ୍ରେରଣା ପାଇଛି। ଆମେ ସମସ୍ତେ ଗାନ୍ଧିଙ୍କ ପଥକୁ ଅନୁସରଣ କରିବା।” ଯଦି ଏହି ପ୍ରସ୍ତାବ ପାରିତ ହେବ, ତା’ହେଲେ ମହାତ୍ମା ଗାନ୍ଧି ପ୍ରଥମ ଭାରତୀୟ ଭାବେ Congressional Gold Medal ପାଇବାର ରେକର୍ଡ କରିବେ। ଏହାପୂର୍ବରୁ ଆମେରିକା ପକ୍ଷରୁ ଜର୍ଜ ୱାଶିଂଟନ, ନେଲସନ ମାଣ୍ଡେଲା, ମାର୍ଟିନ ଲୁଥର କିଙ୍ଗ ଜୁନିୟର, ମଦର ଟେରେସା ଓ ରୋସା ପାର୍କସଙ୍କୁ ଏହି ମେଡାଲ ମିଳିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!