ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ପୃଥିବୀରେ କରୋନାର ଦ୍ୱିତୀୟ ଲହରୀ କାୟା ବିସ୍ତାର କରିଥିବା ବେଳେ ଭାରତ ଏଥିରୁ ବାଦ ପଡିନାହିଁ । ଭାରତରେ ଦୈନିକ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅକ୍ସିଜେନ୍ ଅଭାବରୁ ଅନେକ ରାଜ୍ୟରେ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଅକ୍ସିଜେନର ଘୋର ସଂକଟ ଦେଖାଇ ଦେଇଥିବା ସହଯୋଗର ହାତ ବଢାଇଛି ଓଡ଼ିଶା । ଏନେଇ ଆଜି ଅକ୍ସିଜେନ୍ ମହାରାଷ୍ଟ୍ରରେ ପହଞ୍ôଚବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାକୁ ଜାତୀୟ ରାଜନୀତିରେ ନବୀନଙ୍କ ଦବଦବା ବୃଦ୍ଧି ପାଇବାରେ ଲାଗିଛି ।





