Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ, ମଧୁବାବୁଙ୍କ ୧୭୭ ତମ ଜନ୍ମତିଥି ରେ ନୟାଗଡ ଜିଲ୍ଲା ଓକିଲ ସଙ୍ଘ ଆଇନଜୀବୀ ଦିବସ

by ସଞ୍ଜୟ ସ୍ୱାଇଁ
April 29, 2025
in Nayagarh, State
ମଧୁବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ, ମଧୁବାବୁଙ୍କ ୧୭୭ ତମ ଜନ୍ମତିଥି ରେ ନୟାଗଡ ଜିଲ୍ଲା ଓକିଲ ସଙ୍ଘ ଆଇନଜୀବୀ ଦିବସ
42
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଆ ଅସ୍ମିତା ର ପ୍ରତୀକ ତଥା ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ପ୍ରମୁଖ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୭ ତମ ପୂଣ୍ୟ ଜନ୍ମତିଥି ରେ ଆଇନଜୀବୀ ଦିବସ ପାଳନ କରିଛି ନୟାଗଡ ଜିଲ୍ଲା ଓକିଲ ସଙ୍ଘ l

ଜିଲ୍ଲା କୋର୍ଟ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଜଜ ଶ୍ରୀ ଆନନ୍ଦ ନାରାୟଣ ମହାରଣା, ସ୍ୱତନ୍ତ୍ର ବକ୍ତା ଭାବେ ଓଡ଼ିଆ ପ୍ରାଧ୍ୟାପକ ଶ୍ରୀ କୈଳାସ ଚନ୍ଦ୍ର ବାଣ୍ଠ, ଅର୍ଥନୀତି ପ୍ରାଧ୍ୟାପକ ଶ୍ରୀ ଅଶୋକ କୁମାର ନାୟକ ଏବଂ ଯୁବ ଅଧ୍ୟାପକ ଶ୍ରୀ ଆଶୁତୋଷ ମିଶ୍ର, ସଂଘର ସମ୍ପାଦକ ଶ୍ରୀ ସ୍ବଦେଶ ମିଶ୍ର ପ୍ରମୁଖ ମଧୁବାବୁଙ୍କୁ ଓଡ଼ିଆ ଅସ୍ମିତା ର ପ୍ରତୀକ ଭାବେ ଅଭିହିତ କରିଥିଲେ l ଦେଶ ସ୍ୱାଧୀନତା ପୂର୍ବରୁ ଓଡ଼ିଆ ଭାଷା କୁ ସ୍ୱତନ୍ତ୍ର ଭାଷା ର ମାନ୍ୟତା ପ୍ରଦାନ କରି ଭାଷା ଭିତ୍ତିରେ ଉତ୍କଳ ପ୍ରଦେଶ ଗଠନ କରି ଓଡ଼ିଆ ଜାତି ର ନିଜସ୍ୱ ପରିଚୟ ସୃଷ୍ଟି କରି ଓଡ଼ିଆ ଅସ୍ମିତା କୁ ଜାଗ୍ରତ କରିଥିବା ସ୍ୱାଭିମାନୀ ଓଡ଼ିଆ ଙ୍କୁ ଏ ଜାତି ସବୁଦିନ ମନେ ରଖିବ ବୋଲି କହି ମଧୁବାବୁ ଙ୍କୁ ସତକୋଟି ପ୍ରଣାମ କରିଥିଲେ l

ମଧୁବାବୁ ଙ୍କ ବିଚାରଧାରା ଉପରେ ଆୟୋଜିତ ଓଡ଼ିଆ ଇଂରାଜୀ ବକୃତା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଜିଲ୍ଲା ଜଜ ଶ୍ରୀ ମହାରଣା ପୁରସ୍କୃତ କରିଥିଲେ l ସ୍ୱତନ୍ତ୍ର ବକ୍ତା ଥିବା ଅଧ୍ୟାପକ ଙ୍କ ସମେତ ରୋଟାରୀ କ୍ଲବ ସମ୍ପାଦକ ଅବିନାଶ ସାହୁ ଙ୍କୁ ଜିଲ୍ଲା ଜଜ ସମ୍ବର୍ଦ୍ଧିତ କରିଥିଲେ l ବରିଷ୍ଠ ଆଇନଜୀବୀ ଶ୍ରୀ ଦଣ୍ଡପାଣି ନାୟକ ଜିଲ୍ଲା ଜଜ ଶ୍ରୀ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l

ପୂର୍ବାହ୍ନ ରେ ପୁରୁଣା ସିଭିଲ କୋର୍ଟ ପରିସରରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ଜଜ ଏବଂ ବାର କାର୍ଯ୍ୟକର୍ତା ମାନେ ମାଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଚାରପତି ଗଣ ଙ୍କ ସମେତ ସମସ୍ତ ଆଇନଜୀବୀ ମାନେ ଯୋଗ ଦେଇଥିଲେ l ସଙ୍ଘ ର ଉପସଭାପତି ଶ୍ରୀ ସନ୍ତୋଷ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!