Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧୁବାବୁଙ୍କ ଜୟନ୍ତୀ ପାଳିତ

by ସଞ୍ଜୟ ସ୍ୱାଇଁ
April 28, 2025
in Nayagarh
ମଧୁବାବୁଙ୍କ ଜୟନ୍ତୀ ପାଳିତ
81
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ଥା): ମଧୁ ବାବୁଙ୍କ ଜନ୍ମଦିନ ଅବସରରେ ଆଇନଜୀବୀ ଦିବସ ତଥା ସ୍ୱାଭିମାନ ଦିବସ ଜିଲ୍ଲା ଓକିଲ ସଂଘ ତରଫରୁ ପାଳିତ ହୋଇଛି । ନୟାଗଡ଼ ଜିଲ୍ଲା ନ୍ୟାୟାଧୀଶ ଆନନ୍ଦ ନାରାୟଣ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅନ୍ୟ ସମସ୍ତ ବିଚାରପତିମାନେ ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ରଣଜିତ ଦାସ ସଭାରେ ସଭାପତିତ୍ବ କରିଥିଲେ ଓ ସମ୍ପାଦକ ସ୍ବଦେଶ ମିଶ୍ର କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ମଧୁ ବାବୁଙ୍କ ଜୀବନ କାହାଣୀ ଉପରେ ଗଭୀର ଆଲୋକପାତ କରିଥିଲେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଡ଼ଃ କୈଳାଶ ଚନ୍ଦ୍ର ବାଣ୍ଠ, ଡ଼ଃ ଆଶୁତୋଷ ମିଶ୍ର । ମୁଖ୍ୟ ଅତିଥି ଜିଲ୍ଲା ଜଜ ମଧୁ ବାବୁ ଜନ୍ମ ନେଇଥିବା ଏନ୍ତୁଡ଼ିଶାଳ ପରିଦର୍ଶନର ବର୍ଣ୍ଣନା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା । ସମ୍ପାଦକ ସ୍ବଦେଶ ମିଶ୍ର ମଧୁ ବାବୁଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ବକୃତା ପ୍ରତିଯୋଗିତାରେ ଭାଗନେଇ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶିଶୁ ପ୍ରତିଭା ଛାତ୍ରୀ ବିଶ୍ୱବିଜିତା ମହାନ୍ତି ଓଜସ୍ୱିନୀ ଭାଷଣ ଦ୍ୱାରା ସମସ୍ତଙ୍କ ମନକୁ ଜିଣିପାରିଥିଲେ । ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଜିଲ୍ଲା ନ୍ୟାୟାଧୀଶ ଶ୍ରୀଯୁକ୍ତ ମହାରଣା ବକୃତା ପ୍ରତିଯୋଗିତାରେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଉପସଭାପତି ଶ୍ରୀ ସନ୍ତୋଷ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025
ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!