Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଲାସ ରୁମରୁ ଭିଡି ଆଣି ଦୁଇ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ, ଥାନାରେ ମାମଲା

by ସଞ୍ଜୟ ସ୍ୱାଇଁ
August 2, 2024
in Crime, Nayagarh, State
କ୍ଲାସ ରୁମରୁ ଭିଡି ଆଣି ଦୁଇ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଯୁବକ, ଥାନାରେ ମାମଲା
805
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଘଟଣ । ମିଳିତ ହୋଇ ଦୁଇ ଛାତ୍ରଙ୍କୁ କ୍ଲାସରୁମରୁ ଟାଣି ଆଣି ନିର୍ଦ୍ଧୁମ ମାଡ଼ ଦେଇଛନ୍ତି ଦୁଇ ଯୁବକ । ସୁଚନାନୁସାରେ ଗତ ୨୪ ତାରିଖରେ ଉକ୍ତ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ଯାହାକୁ ନେଇ ସମାଧାନ କରିବା ନିମନ୍ତେ ନିଷ୍ପତି ହୋଇଥିଲା । ଆଜି କିନ୍ତୁ ଉକ୍ତ ଘଟଣାକୁ ନେଇ ସ୍କୁଲ ପରିଷରରେ ଦେଖାଯାଇଛି ତୁମୁଳ କାଣ୍ଡ । ମାଡ଼ରେ ଦୁଇ ଛାତ୍ର ନୟାଗଡ଼ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ସଦର ଥାନାରେ ମାମଲା ରୁଜୁ କରିଛନ୍ତି ।

ଏତଲାନୁସାରେ ଆଜି ସକାଳ ୧୦ ଘଟିକା ସମୟରେ ବେଲବଣି ଗ୍ରାମର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକ ଓ ୨୦ ଯୁବକ ବେଲବଣି ଗ୍ରାମର ଗ୍ରାମ୍ୟ ସଭାପତିଙ୍କ କୁ ପରାମର୍ଶ କ୍ରମେ ବିଦ୍ୟାଳୟକୁ ଆସି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଜିତୁ ସାହୁଙ୍କ ପୁଅ ଅନିଲ ସାହୁ ଓ ସନ୍ତୋଷ କୁମାର ବାଡ଼ତିଆଙ୍କ ପୁଅ ଶୁଭମ୍ ବାଡ଼ତିଆଙ୍କୁ ଶ୍ରେଣୀ ଗୃହରୁ ବାହାର ବାରଣ୍ଡାକୁ ଘୋଷାଡି ଆଣି ବିଧା ଗୋଇଠା ମାରିଥିଲେ । ସ୍କୁଲ ପରିଷରରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦୁଇ ଛାତ୍ରଙ୍କୁ ତଡି ତଡି ପିଟିଥିଲେ । ଏହାକୁ ଦେଖି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ମାଡ଼ରୁ ବର୍ତିନାହାନ୍ତି ସ୍କୁଲର ଶିକ୍ଷକ ମାନେ । ଏଥି ସହିତ ଆମ୍ଭେମାନେ ହରିଜନ ଆଦିବାସୀ ଲୋକ ମକଦ୍ଦମା କରି ଫସେଇ ଦେବାର ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନ ଶିକ୍ଷକ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!