ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଂଚଳରେ ବ୍ୟାପକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ ପଂଚାୟତର ୨୦ ଗ୍ରାମ ଏବଂ ଓଡ଼ଗାଁ ଏନ୍ଏସିକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଗତକାଲି ଏନ୍ଏସି ଅଂଚଳରୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଥିବା ବେଳେ ପ୍ରତ୍ୟାହାର ହୋଇନଥିବା ଅଂଚଳରେ ଲୋକେ କଟକଣା ମାନୁନଥିବା ଜଣାଯାଇଛି । ଗତକାଲି କୋମଣ୍ଡ ଅଂଚଳରେ ଜଣେ ବ୍ୟକ୍ତି ସାମାଜିକ ଦୂରତାକୁ ଭୂଲି ପୋଖରୀରେ ମାଛ ମାରୁଥିବାକୁ ନେଇ ଓଡ଼ଗାଁ ପୁଲିସ ନଜରକୁ ଆସିଥିଲା । ଯାହାକୁ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୬ ହଜାର ଟଙ୍କା ଜୋରିମାନା ହୋଇଥିବା ଜଣାଯାଇଛି । ଏହାକୁ ନେଇ ଓଡ଼ଗାଁ ଅଂଚଳରେ ବ୍ୟାପକ ଚର୍ଚ୍ଚା ଲାଗି ରହିଛି ।





