ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ ଆଜି ଅଭାବନୀୟ ଘଟଣା ଦେଖା ଯାଇଛି । ଗ୍ରାମ ପଂଚାୟତରୁ ନିଲାମ ନେଇ ଗ୍ରାମବାସୀ ହନୁମନ୍ତିଆ ବଡ଼ପୋଖରୀରେ ମାଛ ଚାଷ କରିଥିବା ବେଳେ ଆଜି ହଠାତ୍ ସବୁ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଆନୁମାନିକ ୨ କ୍ୱିଣ୍ଟାଲ୍ରୁ ଉର୍ଦ୍ଧ୍ୱ ମଲାମାଛ ଭାସୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଇଛି । ଏହା ଦ୍ୱାରା ଗ୍ରାମର କ୍ଷତି ହୋଇଥିବାରୁ ପଂଚାୟତ ଏବଂ ବ୍ଲକ ମତ୍ସ୍ୟ ବିଭାଗ କର୍ତ୍ତୁପକ୍ଷ ଅନୁଧ୍ୟାନ କରି ନିଲାମ ରାଶି ଛାଡ଼ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷେ, ପୋଖରୀରେ ଅତ୍ୟଧିକ ଦଳ କିମ୍ବା ବିଷ ପକାଯିବା କାରଣରୁ ଏଭଳି ଘଟଣା ଘଟିଥିବା ବେଳେ ପୋଖରୀ ସଫା କରିବା ପାଇଁ ସ୍ଥାନୀୟ ବାସି ଦାବି କରିଛନ୍ତି ।






