ନୟାଗଡ଼,(ବାଘୁଆବାର୍ତ୍ତା): ମାଆର ଆର୍ଶୀବାଦ ସଦାସର୍ବଦା ଛୁଆକୁ ଆଗକୁ ବଢିବାରେ ସହାୟକ ହୋଇଥାଏ । ଯେତେ ଝଡ଼ ଝଞ୍ଜା ଆସିଲେ ବି ମାଆର ପଣତକାନୀ ଛୁଆକୁ ଘଣ୍ଟ ଘୋଡ଼ାଇ ରଖିଥାଏ । ଏଭଳି ମାଆ ପାଖରେ ଆପେ ଆପେ ମୁଣ୍ଡ ନଇଁଯାଏ କିନ୍ତୁ ଆଜି ଏଭଳି ଜଣେ ମାଆ ବିଷୟରେ ଅଭିଯୋଗ ଆସିଛି ଯାହାକୁ ଏ ସମାଜ ନିନ୍ଦା କରୁଛି । ପ୍ରେମ କରିବା ଭୁଲ ନୁହେଁ କିନ୍ତୁ ନିଜ ଛୁଆକୁ ଛାଡି ଅନ୍ୟ ଜଣଙ୍କ ସାଙ୍ଗରେ ଚାଲିଯିବା ମାଆମାନଙ୍କୁ ଏ ସମାଜ କଳଙ୍କିତ ଆଖ୍ୟା ଦେଇଥାଏ । ମାଆ ସିନା କଳଙ୍କିତ ହୁଏ ହେଲେ ଛୁଆ କଣ ବା ପାପ କରିଥିଲା? ସେ କାହିଁକି ଦୁଃଖ ପାଇବ? ଏଭଳି ଏକ ଘଟଣା ଘଟିଛି ଯେଉଁଠି କି ନିଜ ଛୁଆକୁ ଛାଡି ଜଣେ ପ୍ରେମିକ ସାଥିରେ ଫେରାର ହୋଇଯାଇଛି । ହେଲେ ଛାଡ଼ି ଯାଇଥିବା ଛୁଆ ପ୍ରତ୍ୟେକ ଦିନ ଖୋଜୁଛି ତା’ର ଜନ୍ମିତ ମାକୁ । ହେଲେ ମାଆର ଦେଖା ଦର୍ଶନ ନାହିଁ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଚନ୍ଦନପୁର ଗାଁର ବିଶ୍ୱଜିତ୍ ନାୟକ ନିକଟସ୍ଥ ଗ୍ରାମର ରାଜସ୍ମିତାକୁ ପ୍ରେମ କରିଥିଲେ । ଯାହାଫଳରେ ଉଭୟ ବିବାହ କରିବାକୁ ଘରୁ ଲୁଚି ଆସି ବଲାଙ୍ଗିରରେ ବିବାହ କରିଥିଲେ । ଉଭୟଙ୍କ ଔରଷରୁ ୫ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି । ବିଶ୍ୱଜିତଙ୍କର ଆର୍ଥିକବସ୍ଥା ଭଲ ନଥିବାରୁ ସ୍ତ୍ରୀ ଜଣକ ପ୍ରଥମ ପ୍ରେମୀକକୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେସବୁକରେ ପ୍ରେମ କରି ଛୁଆକୁ ଛାଡ଼ି ଫେରାର ହୋଇଯାଇଛି । ଯାହାଫଳରେ ୫ବର୍ଷ ପୁଅ ମା ଛେଉଣ୍ଡ ହୋଇଯାଇଛି । ଏନେଇ ବଲାଙ୍ଗିର ଥାନାରେ ଏକ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ବିଶ୍ୱଜିତ୍ ନିଜ ପ୍ରେମିକାର ଫଟୋ ଧରି ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ତାଙ୍କ ପାଖକୁ ପ୍ରେମିକା ଫେରି ଅସିବା ପାଇଁ ନିବେଦନ କରିଛନ୍ତି । ସେହିଭଳି ଏକ ଘଟଣା ନୟାଗଡ଼ ଜିଲ୍ଲାରେ ମଧ୍ୟ ହୋଇଛି । ଯେଉଁଠି ଉଭୟ ଭଲପାଇ ବିବାହ କରିଥିଲେ ଏବଂ ପରେ ବର୍ଷକର ଝିଅ କୁ ଛାଡି ମାଆ ବାପଘରକୁ ଚାଲିଯାଇଛି । ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ମାଆ ଜଣକ ଆଉ ବାପା ପାଖକୁ ଫେରିବାକୁ ମନା କରୁଛି । ଏଭଳି ଘଟଣା ଘଟିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳିସର ଗାଁରେ ।





